ଆଜି ନୂଆଦିଲ୍ଲୀରେ ବିଜେପିର କୋର କମିଟି ବୈଠକ
·2 years ago·1 min read

ଅର୍ଗସ ବ୍ୟୁରୋ: ଆଜି ନୂଆଦିଲ୍ଲୀରେ ବିଜେପିର କୋର କମିଟି ବୈଠକ । ଓଡିଶା ପାଇଁ ଚୂଡାନ୍ତ ପ୍ରାର୍ଥୀ ଚୟନ ସମ୍ପର୍କରେ ପୁଣି ବିସ୍ତୃତ ଆଲୋଚନା ହେବ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ତୁଙ୍ଗ ନେତାଙ୍କ ଚାଲିଥିଲା ମାନସମନ୍ଥନ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା , ସୁନିଲ ବଂଶଲ, ଲତା ଉସେଣ୍ଡି, ବିଜୟ ପାଲ୍ ସିଂ ତୋମାର, ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଗତକାଲି ନୂଆଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଓଡିଶା ସହ ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଂଗ, ହରିଆଣା, ସିକିମ୍, ମହାରାଷ୍ଟ୍ର ଓ ଗୁଜରାଟ ପ୍ରାର୍ଥୀ ଚୟନ ନେଇ ଅଲୋଚନା ହୋଇଥିଲା । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ. ସନ୍ତୋଷ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: