ବିଜେପି ନିର୍ବାଚନ ଇସ୍ତାହାର କମିଟି

ଅର୍ଗସ ବ୍ୟୁରୋ: ବିଜେପି ନିର୍ବାଚନ ଇସ୍ତାହାର କମିଟି। କମିଟି ସଦସ୍ୟ ଅଛନ୍ତି ସାଂସଦ ଜୁଏଲ ଓରାମ୍। ନିର୍ମଳା ସୀତାରମଣ ସଂଯୋଜକ, ପୀୟୁଷ ଗୋଏଲ ସହସଂଯୋଜକ। ବିଜେପି ନିର୍ବାଚନ ଇସ୍ତାହାର କମିଟି ଘୋଷଣା ହୋଇଛି। ରାଜନାଥ ସିଂହ ଇସ୍ତାହାର କମିଟିର ଅଧ୍ୟକ୍ଷ । ଇସ୍ତାହାର କମିଟିରେ ଅଛନ୍ତି ୨୭ ଜଣ ସଦସ୍ୟ। କମିଟି ସଦସ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଅଛନ୍ତି। ଏହାସହ କମିଟି ସଦସ୍ୟ ଅଛନ୍ତି ସାଂସଦ ଜୁଏଲ ଓରାମ୍।
ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ଏହା ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଇସ୍ତାହାର କମିଟି ଗଠନ କରିଛି । ଉକ୍ତ କମିଟିରେ ୨୭ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି । ଏହି କମିଟିରେ ଓଡ଼ିଶାର ୩ ଜଣ ନେତାଙ୍କୁ ସଦସ୍ୟ ଭାବେ ସ୍ଥାନ ମିଳିଛି ।
ଅନ୍ୟ ୨୭ ଜଣ ସଦସ୍ୟ ରହିଛନ୍ତି । ପୀୟୂଷ ଗୋଏଲ, ଅର୍ଜୁନ ମୁଣ୍ଡା, ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ, ଭୂପେନ୍ଦ୍ରର ପଟେଲ, ହିମନ୍ତ ବିଶ୍ୱ ଶର୍ମା, ବସୁନ୍ଧରା ରାଜେ, ବିନୋଦ ତାୱଡ଼େ, ଅନିଲ ଆନ୍ତୋନି ଏହି କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ରାଜସ୍ଥାନ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଓଡ଼ିଶ।।, କର୍ଣ୍ଣାଟକ, ଦିଲ୍ଲୀ, ହରିୟାଣାର ନେତାଙ୍କୁ ଏଥିରେ ସ୍ଥାନ ମିଳିଛି । ଓଡ଼ିଶାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ସ୍ଥାନ ପାଇଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: