Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election Result / ବିହାରରେ ସବୁଠୁ ବଡ଼ ଦଳ ଭାବେ ଉଭା ହେଲା BJP !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ବିହାରରେ ସବୁଠୁ ବଡ଼ ଦଳ ଭାବେ ଉଭା ହେଲା BJP !

Key Points

ଗତ ଥର RJD ୭୫ ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା ।
ହେଲେ ଏଥର BJP ସମସ୍ତଙ୍କ ଅଙ୍କ ବିଗାଡ଼ି ଦେଇଛି । ଆଶତୀତ ସଫଳତା ପାଇଛି ଦଳ ।

ବିହାରରେ ବିଜେପିର ନୂଆ ରେକର୍ଡ । ଏଥର ସମସ୍ତଙ୍କ ବସ୍‌ ପାଲଟିଛି ବିଜେପି । ପ୍ରଥମ ଥର ପାଇଁ ବିଜେପି ସବୁ ଦଳଠାରୁ ଅଧିକ ଆସନ ହାତେଇଛି । ତେଣୁ କୁହାଯାଉଛି ବିହାରରେ ସମସ୍ତଙ୍କ 'ବଡ଼େ ଭୈୟା' ପାଲଟିଛି ବିଜେପି । ବିହାରବାସୀଙ୍କ ମନ କଣିବାରେ ସଫଳ ହୋଇଛି ଦଳ। ଏଥର ବିଜେପି ୧୦୧ ସିଟ୍‌ରେ ପ୍ରାର୍ଥୀ ଦେଇଥିଲା । ଯେଉଁଥିରୁ ୮୯ ଆସନରେ ବିଜୟୀ ହୋଇଛି । ଏହା ପଛକୁ ରହିଛି ଜେଡିୟୁ । ଯିଏକି ୮୫ ଆସନ ଜିତିଛି ।

ଗତ ୨୦୨୦ ନିର୍ବାଚନରେ JDUଠାରୁ BJP ଅଧିକ ସିଟ୍‌ ଜିତିଥିଲେ ବି RJD ସବୁଠାରୁ ଆଗରେ ଥିଲା । ସେତେବେଳେ RJDକୁ ସବୁ ଦଳର 'ବାପ୍‌' ବୋଲି କୁହାଯାଉଥିଲା । ଗତଥର ବିଜେପି ୭୪ ଆସନ ଜିତିଥିବା ବେଳେ ନୀତିଶଙ୍କ ଜେଡିୟୁ ୪୩ ଆସନ ହାତେଇଥିଲା । କିନ୍ତୁ ଅନ୍ୟପଟେ RJD ୭୫ ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା । ହେଲେ ଏଥର BJP ସମସ୍ତଙ୍କ ଅଙ୍କ ବିଗାଡ଼ି ଦେଇଛି । ଆଶତୀତ ସଫଳତା ପାଇଛି ଦଳ ।

ଏଥର BJP ୮୯ ସିଟ୍‌ରେ ବିଜୟୀ ହୋଇଥିବା ବେଳେ JDU ୮୫ ସିଟ୍‌ ପାଇଛି । RJD ୨୫ ସିଟ୍‌ ସୀମିତ ରହିଛି । ସେହିପରି ଚିରାଗ ପାଶ୍ୱାନ୍‌ଙ୍କ LJP ୧୯ ସିଟ୍‌ ପାଇଛି । କଂଗ୍ରେସ ୬ ସିଟ୍‌ ପାଇ ଶୋଚନୀୟ ସ୍ଥିତିରେ ରହିଛି । AIMIM ୫ ସିଟ୍‌ ପାଇଥିବା ବେଳେ HAMS ମଧ୍ୟ ୫ ସିଟ୍‌ ପାଇଛି ।

ଓଡ଼ିଆ ପୁଅଙ୍କ କମାଲ

ଅନ୍ୟପଟେ ସବୁଠାରୁ ବଡ଼ କଥା ହେଲା ବିହାର ଦେଖିଛି ଏଥର ଶାନ୍ତିପୂର୍ଣ୍ଣ ନିର୍ବାଚନ । ଆଉ କୁହାଯାଉଛି ଏହା ସୂତ୍ରଧର ଥିଲେ ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଧର୍ମେନ୍ଦ୍ର ମୁଣ୍ଡାଇଥିଲେ ବିହାର ନିର୍ବାଚନ ଦାୟିତ୍ୱ । ସେଠାରେ ବିଜେପି ବଡ଼ ଦଳ ଭାବେ ଉଭା ହୋଇଛି । ଲାଲୁଙ୍କ RJD ଓ ନୀତିଶଙ୍କ JDUକୁ ପଛରେ ପକାଇ ବିଜେପି ସବୁଠାରୁ ଅଧିକ ସିଟ୍‌ ହାତେଇଛି । କୁହାଯାଉଥିଲା ଏଥର ବିହାର ନିର୍ବାଚନ ଫଳାଫଳ NDA ପାଇଁ ସେତେଟା ଭଲ ହୋଇନପାରେ । NDA କ୍ରାଇସିସ୍ ଫେସ୍‌ କରୁଛି । ହେଲେ ଓଡ଼ିଆ ପଅ ଧର୍ମେନ୍ଦ୍ର ସେଠାରେ ପହଞ୍ଚି ସବୁ କ୍ରାଇସିସ୍‌କୁ ମ୍ୟାନେଜ କରିବାରେ ସଫଳ ହୋଇଥିଲେ ।

ଯିଏ ହାତ ଧରିଲା ସିଏ ଡୁବିଲା

ହେଲେ ଏହାରି ଭିତରେ କଂଗ୍ରେସର ସ୍ଥିତିକୁ ନେଇ ସବୁଠି ଚର୍ଚ୍ଚା । ଦୀର୍ଘ ୬୦ ବର୍ଷ ଧରି ଦେଶକୁ ଶାସନ କରିଥିବା ଦଳ ଏବେ ବୁଡ଼ି ବୁଡ଼ି ଯାଉଛି । ଅଧିକାଂଶ ରାଜ୍ୟରେ କଂଗ୍ରେସ ସ୍ଥିତି ହରାଇ ସାରିଲାଣି । ଦଳକୁ ପୁଣିଥରେ ନୂଆ ଜନ୍ମ ନେବାକୁ ପଡ଼ିବ ବୋଲି ଜନତା କହିଲେଣି । ହେଲେ ସେ ଯାହା ବି ହେଉ, ଏଥର ବିହାରରେ କଂଗ୍ରେସ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଥିଲା । କାରଣ ରାହୁଲଙ୍କ ମିଡିଆ ଷ୍ଟଣ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରା ହୋଇଥିଲା । କେତେବେଳେ ସେ ସୁଟ୍ ବୁଟ୍‌ ପିନ୍ଧି ପୋଖରୀକୁ ଡେଇଁ ପଡ଼ୁଥିଲେ ତ କେତେବେଳେ ଛୋଟ ଛୁଆଙ୍କୁ ଧରି ଗେଲ କରୁଥିଲେ । ଏମିତି କେତେ କ'ଣ ସୋ' ବାଜି କରିଛନ୍ତି । ଅନେକ ରୋଡ୍‌ ଶୋ' ମଧ୍ୟ କରିଛନ୍ତି । ହେଲେ ଏତେ ସବୁ ସତ୍ତ୍ୱେ ବି ବିହାରବାସୀ ତାଙ୍କ ଦଳକୁ ଓ ମହାଗଠବନ୍ଧନକୁ ପ୍ରତ୍ୟାକ୍ଷାନ କରିଛନ୍ତି । ତେଣୁ ଏବେ କୁହାଯାଉଛି ଯିଏ ବି କଂଗ୍ରେସ ହାତ ଧରିବ ସିଏ ବୁଡ଼ିବ । ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସର ହାତ ଧରି ଡୁବି ଯାଇଥିଲେ ଅଖିଳେଶ । ଏବେ କଂଗ୍ରେସ ହାତ ଧରି ଡୁବିଯାଇଛି RJD ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar Election Result | BJP emerged as the largest party in Bihar! | Argus News