ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି
·2 years ago·1 min read

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ବିଜେପି ଏହାର ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛି। ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟି ବିଜେପି ନିର୍ବାଚନ ଜିତିବା ପରେ କ’ଣ ସବୁ କରିବ, ତା’ର ପ୍ରତିଶ୍ରୁତି ଉଲ୍ଲେଖ କରାଯିବ। ୨୦୨୪ରେ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିବା ମୁଡରେ ରହିଛି ବିଜେପି। ଏପରି ସ୍ଥିତିରେ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତି ବେଶ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନୀ ଇସ୍ତାହାର କମିଟିରେ ଓଡ଼ିଶାରୁ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ରହିଛନ୍ତି।
ସେହିପରି କମିଟିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆବାହକ ଓ ପୀୟୂଷ ଗୋଏଲ ସହ ଆବାହକ ଅଛନ୍ତି। ମୋଟ ୨୭ ଜଣ କମିଟରେ ଅଛନ୍ତି। ରାଜନାଥ, ନିର୍ମଳା ଓ ପୀୟୂଷଙ୍କୁ ଛାଡ଼ି ଦେଲେ ବାକି ସମସ୍ତେ କମିଟିରେ ସଦସ୍ୟ ଭାବେ ରହିବେ। ସମସ୍ତଙ୍କ ମତାମତାକୁ ଗ୍ରହଣ କରି ଇସ୍ତାହାର ପ୍ରସ୍ତୁତ କରାଯିବ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: