ଦିଲ୍ଲୀ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି
·1 year ago

Key Points
ଦିଲ୍ଲୀ ବିଧାନସଭା ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।
ଅର୍ଗସ ବ୍ୟୁରୋ: ଦିଲ୍ଲୀ ବିଧାନସଭା ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟ ତାଲିକାରେ 29 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ ପରଭେଶ ବର୍ମା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ରମେଶ ବିଧୂଡ଼ି । କାଲାକାଜି ଆସନରେ ଏଥର ଆତିଶି-ବିଧୁଡ଼ି ଏବଂ କଂଗ୍ରେସରୁ ଆଲକା ଲାମ୍ବାଙ୍କ ମଧ୍ୟରେ ଫାଇଟ୍ ହେବ । ସେହିପରି ଅରବିନ୍ଦର ସିଂହ ଲଭଲୀ ଗାନ୍ଧିନଗରରୁ ନିର୍ବାଚନ ଲଢ଼ିବେ । କରୋଲ ବାଗରୁ ଦୁଷ୍ୟନ୍ତ କୁମାର ଗୌତମ, ପଟେଲ ନଗରରୁ ରାଜ କୁମାର ଆନନ୍ଦ, ରିଠାଲାରୁ କୁଲୱନ୍ତ ରାଣା, ମଙ୍ଗୋଲପୁରୀରୁ ରାଜ କୁମାର ଚୌହାନ, ମଡେଲ ଟାଉନରୁ ଅଶୋକ ଗୋୟଲ, ପ୍ରାର୍ଥୀ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: