Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି

Smruti Parija
Browse all articles by Smruti Parija
·1 year ago·1 min read
ଝାଡ଼ଖଣ୍ଡ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି

ଅର୍ଗସ ବ୍ୟୁରୋ: ମହିଳାଙ୍କୁ ପ୍ରତି ମାସ ମିଳିବ 2100 ଟଙ୍କା । ଝାଡ଼ଖଣ୍ଡ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି। ରାଞ୍ଚିରେ ସଂକଳ୍ପ ପତ୍ର ଜାରି କଲେ ଗୃହ ମନ୍ତ୍ରୀ ଅମିତ ଶାହ । ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି ବିଜେପି । `ଗୋଗୋ ଦିଦି' ଯୋଜନାରେ ମହିଳାଙ୍କୁ ପ୍ରତି ମାସ ମିଳିବ 2100 ଟଙ୍କା । ବର୍ଷକୁ ଦୁଇ ଥର ମାଗଣା ଏଲ୍‌ପିଜି ସିଲିଣ୍ଡର ଦେବାକୁ ସଂକଳ୍ପ ପତ୍ର ଉଲ୍ଲେଖ ରହିଛି। 

ଦୀପାବଳି ଓ ରାକ୍ଷୀପୂର୍ଣ୍ଣିମାରେ ଏହି ମିଳିବ ମାଗଣା ଏଲ୍‌ପିଜି ସିଲିଣ୍ଡର। ବାକି ଅନ୍ୟ ସମୟରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ । ବିଜେପି 21 ଲକ୍ଷ ପକ୍କା ଘର ଏବଂ ଯୁବକମାନଙ୍କ ପାଇଁ 2000 ଟଙ୍କା ଷ୍ଟାଇପେଣ୍ଡ ପ୍ରତିଶୃତି ଦେଇଛି । ଏହା ସହ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମଧ୍ୟ ସଂକଳ୍ପପତ୍ରରେ ଘୋଷଣା ହୋଇଛି ।  ବେକାରୀ ସମସ୍ୟାକୁ ମୁକାବିଲା କରିବା ପାଇଁ  2 ‌ଲକ୍ଷ 87 ହଜାର ସରକାରୀ ଚାକିରି ସୃଷ୍ଟି ଏବଂ 5 ଲକ୍ଷ ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଛି। 

ଆଦିବାସୀ ସଂସ୍କୃତିର ପୁନରୁଦ୍ଧାର ଏବଂ ପ୍ରୋତ୍ସାହନ ପାଇଁ ସିଦ୍ଧୋ-କାନହୋ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ଏହା ସହ ରାଜ୍ୟରେ UCC ଲାଗୁ ନେଇ ମଧ୍ୟ ସଂକଳ୍ପ ପତ୍ରରେ ଘୋଷଣା କରାଯାଇଛି । ବିଜେପି ସରକାର ଗଠନ ହେବା ପରେ ଅନୁପ୍ରବେଶକୁ ରୋକିବା ଏବଂ ଅଧିକୃତ ଜମି ପୁନରୁଦ୍ଧାର ପାଇଁ କଡା ଆଇନ ପ୍ରଣୟନ କରାଯିବ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP issues menifesto for Jharkhand elections | Argus News