Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଂଲା ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ କି ଭାରତ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ବାଂଲା ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ କି ଭାରତ ?

Key Points

  • ବାଂଲା ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ କି ଭାରତ
  • ମୋଦିଙ୍କୁ ଚିଠି ଲେଖିଲେ ବିଜେପି ନେତା
  • ଶାନ୍ତି ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ ଜରୁରୀ ବୋଲି କହିଲେ

ଅର୍ଗସ ବ୍ୟୁରୋ : ପାକିସ୍ତାନ ପରେ ବାଂଲାଦେଶରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ ? ଅଶାନ୍ତ ବାଂଲାରେ ଶାନ୍ତି ଫେରାଇ ଆଣିବାକୁ ସର୍ଜିକାଲ ଷ୍ଟ୍ରାଇକ୍‌ ଜରୁରୀ, କିଛି ଏମିତି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ବିଜେପି ନେତା । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଚାଲିଛି । କାରଣ ଯଦି ଭାରତ ବାଂଲା ଉପରେ ସର୍ଜିକାଲ ଷ୍ଟ୍ରାଇକ କରେ ତାହାଲେ ହିଂସା ଥମିବା ନେଇ ଆକଳନ କରାଯାଇଛି । ହେଲେ ଏନେଇ କିନ୍ତୁ ପିଏମଓ ପକ୍ଷରୁ ପ୍ରତିକ୍ରିୟା ରଖାଯାଇନି ।

ବାଂଲା ଓ ହସିନାଙ୍କୁ ନେଇ ଥମୁନି ଚର୍ଚ୍ଚା । ବାଂଲାଦେଶରେ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ସମଗ୍ର ଦେଶରେ ହିଂସା ଆରମ୍ଭ ହୋଇଥିଲା । ଏବେ ବି ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି ଯାହାକୁ ନେଇ ଆନ୍ଦୋଳନ କଲେଣି ହିନ୍ଦୁ ସଂଗଠନ । କାରଣ ବାଂଲାରେ ହିନ୍ଦୁଙ୍କୁ ଟାର୍ଗେଟ୍‌ କରାଯିବା ସହିତ ହିନ୍ଦୁଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା । ଏହାସହ ମନ୍ଦିରଗୁଡିକ ଭାଙ୍ଗି ଦିଆଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବି ଭାଇରାଲ ହେଉଛି । ତେଣୁ ଏହାରି ଭିତରେ ମଧ୍ୟପ୍ରଦେଶ ଇନ୍ଦୋରର ବିଜେପି ନେତା ସଞ୍ଜୟ ଶୁକ୍ଲା ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ସେ ବାଂଲାଦେଶ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଦାବି କରିଛନ୍ତି ।

ସଞ୍ଜୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ବାଂଲାଦେଶର ହିନ୍ଦୁଙ୍କୁ ବଞ୍ଚାଇବା ପାଇଁ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଦାବି କରିଛନ୍ତି । କହିଛନ୍ତି, ଯେଉଁପରି ଭାବରେ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା, ସେହିଭଳି ବାଂଲାଦେଶରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବା ଉଚିତ । ସର୍ଜିକାଲ ଷ୍ଟ୍ରାଇକ ପରେ ହିଁ ସେଠାରେ ଥିବା ହିନ୍ଦୁଙ୍କୁ ଉଦ୍ଧାର କରାଯାଇପାରିବ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବାଂଲାଦେଶର ମୋଟ ଜନସଂଖ୍ୟା ୧୭୦ ନିୟୁତ । ସେଥି ମଧ୍ୟରୁ ପ୍ରାୟ ୮ ପ୍ରତିଶତ ହିନ୍ଦୁ । ବାଂଲାଦେଶର ହିନ୍ଦୁ ସମ୍ପ୍ରଦାୟ ଶେଖ ହସିନାଙ୍କ ଆୱାମୀ ଲିଗ୍ ପାର୍ଟିକୁ ସମର୍ଥନ କରିଥାନ୍ତି ବୋଲି କୁହାଯାଉଛି । ହସିନା ସରକାରଙ୍କୁ କ୍ଷମତା ଦଖଲ କରିବା ଦିନଠାରୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋରଦାର । କାରଣ ସେ କହିଛନ୍ତି, ମୁଁ ଏବେ ଦେଶବାସୀଙ୍କୁ ନ୍ୟାୟ ମାଗୁଛି । ଏହାସହ ଆବାମୀ ଲିଗ୍‌ ବିରୋଧରେ ଏପରି ବିଦ୍ରୋହ ବାଂଲାଦେଶର ପ୍ରତିଷ୍ଠାତା ରାଷ୍ଟ୍ରପତି ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ ଓ ଦେଶ ପାଇଁ ଜୀବନ ଦେଇଥିବା ଅନେକ ସହିଦଙ୍କ ପ୍ରତି ଅପମାନ ବୋଲି ହସିନା କହିଛନ୍ତି । 

ମୋଟ୍‌ ଉପରେ, ବାଂଲାକୁ ନେଇ ଥମୁନି ଚର୍ଚ୍ଚା । ସଂରକ୍ଷଣ ହିଂସା ଏତେ ଉଗ୍ର ରୂପ ନେଇଥିଲା ଯେ ସେନାର ୪୫ ମିନିଟିଆ ନୋଟିସ ପାଇ ଦେଶ ଛାଡିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଖାଲି ଦେଶ ଛାଡିଥିଲେ ତାହା ନୁହେଁ ବରଂ ଭାରତରେ ଆଶ୍ରୟ ନେଇଥିଲେ । ପରେ ପରେ ଋଷିଆ, ବ୍ରିଟେନ୍‌ ସହ ୟୁଏଇ ଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏଯାଏଁ ହସିନା କେଉଁଠି ରହିବେ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ପୁଅ,  ସାଜୀବ ୱାଜେଦଙ୍କ ଦ୍ୱାରା ହସିନା ଜାରି କରିଥିବା ପ୍ରଥମ ବିବୃତିରେ କହିଛନ୍ତି, “ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ନେତୃତ୍ୱ ଯୋଗୁ ଆମେ ଗୋଟିଏ ସ୍ୱାଧୀନ ରାଷ୍ଟ୍ର ହୋଇଥିଲୁ। ନିଜସ୍ୱ ପରିଚୟ ପାଇଥିଲୁ ଓ ସ୍ୱାଧୀନ ଦେଶ ହୋଇଥିଲୁ।ହେଲେ ଆଜି ତାଙ୍କୁ ଭୟଙ୍କର ଢଙ୍ଗରେ ଅପମାନିତ କରାଯାଇଛି। ସେମାନେ ଲକ୍ଷାଧିକ ସହିଦଙ୍କ ରକ୍ତକୁ ଅପମାନିତ କରିଛନ୍ତି। ମୁଁ ଦେଶବାସୀଙ୍କ ଠାରୁ ନ୍ୟାୟ ଚାହୁଁଛି।” ଏହାସହ ହସିନା ତାଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଛାଡ଼ିବାକୁ ବାଧ୍ୟ କରିଥିବା ଶକ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି ।
 

Sponsored
bangladesh-air-strike | Argus News