Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିଲେ ଟିଏମସି ସାଂସଦ : ଧୋଇଦେଲେ ଧର୍ମେନ୍ଦ୍ର

National

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିଲେ ଟିଏମସି ସାଂସଦ : ଧୋଇଦେଲେ ଧର୍ମେନ୍ଦ୍ର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିଲେ ଟିଏମସି ସାଂସଦ : ଧୋଇଦେଲେ ଧର୍ମେନ୍ଦ୍ର

Key Points

  • TMC ସାଂସଦଙ୍କୁ ଧୋଇଦେଲେ ଧର୍ମେନ୍ଦ୍ର
  • କେନ୍ଦ୍ର ଅନୁଦାନକୁ ଦୁରୁପଯୋଗ କରୁଛି ମମତା ସରକାର
  • ଦୁର୍ନୀତି କରି ଅଧଡଜନେ ମନ୍ତ୍ରୀ ଏବେ ଜେଲରେ

ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିଲା ଟିଏମସି । ଗୃହରେ ହେଲା ହଟ୍ଟଗୋଳ । ଏତିକିବେଳେ ସିଟ୍‌ରୁ ଉଠିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଖୋଲିଦେଲେ ଗୁମର । ଓଡ଼ିଆ ପୁଅର ଏମିତି ଓଜସ୍ଵୀ ଭାଷଣକୁ ନେଇ ପୂରା ଦେଶରେ ଜୋର ଧରିଛି ଚର୍ଚ୍ଚା ।

ରାଜ୍ୟ ସଭାରେ ଆକ୍ରମଣାତ୍ମକ ମୁଦ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୃଣମୂଳ କଂଗ୍ରେସ ସାସଂଦଙ୍କୁ ଜମେଇକି ଧୋଇ ଦେଲେ ଧର୍ମେନ୍ଦ୍ର । ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ଦେବାରେ ବିଳମ୍ବ ନେଇ ଗୃହରେ ଆଲୋଚନା କରିବାକୁ ଦାବି କରିଥିଲେ ଟିଏମସି ସାଂସଦ । ଖାଲି ଦାବି କରିଥିଲେ ତାହା ନୁହେଁ ବରଂ ଗୃହରେ ହଟ୍ଟଗୋଳ ବି କରିଥିଲେ । ଆଉ ବିରୋଧୀଙ୍କୁ ଜବାବ ଦେବା ଲାଗି ଉଠିଥିଲେ ଧର୍ମେନ୍ଦ୍ର ।

ଭାଷଣ ଆରମ୍ଭରୁ ସିଧା ଖୋଲି ଦେଇଥିଲେ ମମତା ସରକାରର ଦୁର୍ନୀତିର ଗୁମର । ଏମିତିକି ଅନ୍ୟ ରାଜ୍ୟ ଅପେକ୍ଷା ଟିଏମସି ସରକାର ନିଜକୁ ଉପରେ ଭାବେ । ୪ ହଜାର ଟଙ୍କାର ମଧ୍ୟାହ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ ଉଠାଇ ଟିଏମସିକୁ ଧୋଇଥିଲେ ଧର୍ମେନ୍ଦ୍ର । ଏମିତିକି ରାଜ୍ୟର ଅଧଡଜନ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଏବେ ଜେଲରେ । ଯାହାର ଯାଞ୍ଚ ସିବିଆଇ କରୁଛି । ଦୁର୍ନୀତି ମାମଲାରେ ମୁଖିଆ ବନ୍ଧା ହେବା ଭୟରେ ଟିଏମସି ସାଂସଦ ଗୃହର ସମୟ ଖରାପ କରୁଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ । ଶିକ୍ଷକ ଭର୍ତ୍ତି ସ୍କାମରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବେ ଜେଲରେ । ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଗରୁ 20 କୋଟି ନଗଦ ଟଙ୍କା ଜବତ କରିଥିଲା ଇଡି। ଏଥିସହ ବିଭିନ୍ନ ଘୋଟାଲାରେ ମମତା ସରକାରର ବହୁ ମନ୍ତ୍ରୀ ଓ ବିଧାୟକ ଏବେ ଜେଲରେ ଦିନ କାଟୁଛନ୍ତି ବୋଲି କହିଲେ ଧର୍ମେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୃହରେ ଧର୍ମେନ୍ଦ୍ର ନିଶାନା କରି ଟିଏମସିକୁ କହିଥିଲେ, ସବୁ ସତ ଜଣାପଡିବା ପରେ କେନ୍ଦ୍ର ଉପରେ ଦୋଷ ଓଗାଳୁଛନ୍ତି ଟିଏମସି ନେତା । ଏଥିସହ ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ତୃଣମୂଳ ସାଂସଦ ମହୁଆ ମୈଇତ୍ରାଙ୍କ ସଦସ୍ୟତା ବି ଏବେ ସଂକଟରେ ରହିଛି । ତେଣୁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଟିଏମସି ସାଂସଦ। ପ୍ରସଙ୍ଗ ବାହର କଥା ଉଠାଇ ସଂସଦରେ ଅଯାଥାରେ ହଙ୍ଗାମା କରିବାକୁ ଉଦ୍ୟମ କରିଆସୁଛନ୍ତି। ଯାହାର ମୁହଁତୋଡ ଜବାବ ଦେଇ ତୃଣମୂଳ କଂଗ୍ରେସକୁ ଆଇନା ଦେଖାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । 


 

Argus Whatsapp Channel Mobile Top
Sponsored
TMC | Argus News