ବିଜେପି ଲୋକସଭା ପ୍ରାର୍ଥୀ ମାଧବୀଲତା ଦେଲେ ଭୋଟ

ଅର୍ଗସ ବ୍ୟୁରୋ: ହାଇଦ୍ରାବାଦରେ ବିଜେପି ଲୋକସଭା ପ୍ରାର୍ଥୀ ମାଧବୀଲତା ଦେଲେ ଭୋଟ୍ । ଜନତାଙ୍କୁ ମତଦାନ ପାଇଁ କଲେ ଅପିଲ୍ । ମାଧବୀଲତା ହାଇଦ୍ରାବାଦରେ ଅସବୁଦ୍ଦିନ ଓବିସିଙ୍କୁ ଟକ୍କର ଦେଉଛନ୍ତି । ସେ କହିଛନ୍ତି , ଯେଉଁମାନଙ୍କୁ ସରକାର ଏବଂ ପ୍ରଶାସନ ଠାରୁ ସାହାଯ୍ୟ ସହଯୋଗ ଆବଶ୍ୟକ ସେମାନଙ୍କ ପାଇଁ ଆପଣଙ୍କ ଗୋଟିଏ ଭୋଟ ନିଶ୍ଚିତ ଜରୁରୀ।
ମତଦାନ ପରେ ସେ ଲୋକଙ୍କୁ ଅପିଲ କରିଛନ୍ତି ଦେଶର ପ୍ରଗତି ପାଇଁ ଭୋଟ ଜରୁରୀ ଅଟେ । ତେଣୁ ନିଜର ଭୋଟ ଦେଇ ନାଗରିକ ହେବାର ଦାୟିତ୍ବ ନିଭାନ୍ତୁ ।
ବିଜେପିର ଫାୟର ବ୍ରାଣ୍ଡ ନେତ୍ରୀ ମାଧବୀ ଲତା । ହାଇଦ୍ରାବାଦରୁ ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି ମାଧବୀଲତା । ମାଧବୀଲତାଙ୍କୁ ଟିକେଟ ମିଳିବା ପରେ ସେ କହିଥିଲେ ଅସଦବୁଦ୍ଦିନ ଓବିସିଙ୍କୁ ତାଙ୍କ ଗଡ଼ରୁ ଦେଢ ଲକ୍ଷ ଭୋଟରେ ହରାଇ ସଂସଦରୁ ବାହର କରିବେ ଏବଂ ଲୋକତନ୍ତ୍ରର ମନ୍ଦିରରେ ହାଇଦ୍ରାବାଦର ପ୍ରତିନିଧିତ୍ବ କରିବାକୁ ଯିବେ।
ଅଧିକ ପଢ଼ନ୍ତୁ ଭାରତ ଖବର