ଆଜି ଜାରି କରାଯିବ ସଂକଳ୍ପ ପତ୍ର

ଅର୍ଗସ ବ୍ୟୁରୋ: ଆଜି ବିଜେପି ଜାରି କରିପାରେ ଏହାର ସଂକଳ୍ପ ପତ୍ର । ପାର୍ଟିର ସୂତ୍ର ମୁତାବକ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସଂକଳ୍ପ ପତ୍ର ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଅନ୍ତିମ ରୂପ ଦେଇପାରନ୍ତି । ରବିବାର ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ସଂକଳ୍ପ ପତ୍ର ଜାରି କରାଯିବ ।
ପାର୍ଟିର ନେତାଙ୍କ ଅନୁସାରେ ଧାରେ 370 ଓ ରାମମନ୍ଦିର ନିର୍ମାଣ ପରି ଜାତୀୟ ସଂକଳ୍ପକୁ ପୂରଣ କରି ବିଜେପି ପ୍ରମାଣିତ କରିଛି ଯେ, ସେ ଯାହା କୁହେଁ, ତାହା ପୂରଣ କରେ । ଏହି ଏହି ସଂକଳ୍ପର ମୋଦିର ଗ୍ୟାରେଂଟି ହୋଇଛି ଏବଂ ଲୋକଙ୍କୁ ମୋଦି ଗ୍ୟାରେଂଟି ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।ତେବେ ବିଜେପି ପକ୍ଷରୁ ସାରା ଦେଶରୁ 15 ଲକ୍ଷ ଲୋକଙ୍କର ମତାମତକୁ ନେଇ ଏହି ସଂକଳ୍ପ ପତ୍ର ପ୍ରସ୍ତୁତ ହୋଇଛି । ଏଥିରେ ନାମୋ ଆପ ଜରିଆରେ 4 ଲକ୍ଷ ମତାମତ ଓ ଭିଡିଓ ଜରିଆରେ 11 ଲକ୍ଷ ଲୋକଙ୍କର ମତାମତ ନିଆଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: