ଆଜି ବସିପାରେ ବିଜେପିର ବିଧାୟକ ଦଳ ବୈଠକ
·2 years ago

ଅର୍ଗସ ବ୍ୟୁରୋ: ଆଜି ଘୋଷଣା ହୋଇପାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନାଁ । ସୋମବାର ଦିନ ଅର୍ଥାତ୍ ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ପାଇଁ ବିଜେପି ପର୍ଯ୍ୟବେକ୍ଷକ ମନୋହର ଲାଲ ଖଟ୍ଟର। ନଭେମ୍ବର ୧୭ ତାରିଖରେ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଗତ ରବିବାର ପ୍ରକାଶ ପାଇଥିଲା। ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ମଧ୍ୟରୁ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୬ଟି ଆସନରେ ସୀମିତ ରହିଥିଲା।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଓବିସି ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଏବଂ ସମ୍ପାଦକ ଆଶା ଲାକ୍ରାଙ୍କୁ ମଧ୍ୟପ୍ରଦେଶରେ ଦଳର ବିଧାୟକ ଦଳର ନେତା ଚୟନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେପଟେ ଖୁବଶୀଘ୍ର ଅନ୍ୟଦୁଇ ରାଜ୍ୟ ରାଜସ୍ଥାନ ଏବଂ ଛତିଶଗଡ଼ରେ ମଧ୍ୟ ମୁଖ୍ୟମନ୍ତ୍ରୀ ନାଁ ଆସିପାରେ ସାମ୍ନାକୁ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: