Videos
|
National

କେଜରିୱାଲଙ୍କ ଗିରଫ ପ୍ରତିବାଦକୁ ନେଇ ବର୍ଷିଲେ ବିଜେପି ସାଂସଦ

Ritu Das
Browse all articles by Ritu Das
·2 years ago·1 min read
କେଜରିୱାଲଙ୍କ ଗିରଫ ପ୍ରତିବାଦକୁ ନେଇ ବର୍ଷିଲେ ବିଜେପି ସାଂସଦ

ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପ୍ରତିବାଦରେ ଆମ ଆଦମୀ ପାର୍ଟି, ସହ ଇଣ୍ଡି ମେଣ୍ଟର ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିଶାଳ ରାଲି ହେବାକୁ ନେଇ ବିଜେପିର କଡା ପ୍ରତିକ୍ରିୟା। କଂଗ୍ରେସ ଏବଂ ଏହାର ସାଥୀ ଦଳଙ୍କର ଏହି ରାଲି  ପରିବାର ବଚାଓ ଏବଂ ଭ୍ରଷ୍ଟାଚାର ଛୁପାଓର ରାଲି ବୋଲି ସମାଲୋଚନା କରିଛନ୍ତି ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ।

ଏହି ଦଳ ମାନେ ରାମ ମନ୍ଦିରକୁ  ବିରୋଧ କରିବା,  ହିନ୍ଦୁ ଧର୍ମକୁ ଧ୍ୱଂସ କରିବା ଭଳି ସଂକଳ୍ପ ନେଇଥିଲେ ଏବଂ ହିନ୍ଦୁ ଧର୍ମର ଦେବତାମାନଙ୍କ ଉପରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଦୁର୍ନୀତିର ପୁରୁଣା ଅପରାଧ ଲୁଚାଇବା ପାଇଁ  ଆଜି ଏମାନେ ଏକାଠି ହୋଇଛନ୍ତି ବୋଲି ବିଜେପି ପକ୍ଷରୁ କଡା ପ୍ରତିକ୍ରିୟା ରଖିଛନ୍ତି ସୁଧାଂଶୁ ତ୍ରିବେଦୀ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଏହି ମେଗା ରାଲିରେ ଯୋଗ ଦେବେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP MP targetting | Argus News