Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଡ଼ିଶା ପାଇଁ ଦିଲ୍ଲୀରେ ବସୁଛି ବୈଠକ

National

ଓଡ଼ିଶା ପାଇଁ ଦିଲ୍ଲୀରେ ବସୁଛି ବୈଠକ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଓଡ଼ିଶା ପାଇଁ ଦିଲ୍ଲୀରେ ବସୁଛି ବୈଠକ

Key Points

  • ଓଡ଼ିଶା ପାଇଁ ଦିଲ୍ଲୀରେ ବସୁଛି ବୈଠକ
  • ଶାହ, ନଡ୍ଡାଙ୍କ ସହ ବିଏଲ ସନ୍ତୋଷ ହେବେ ସାମିଲ
  • ବିଧାନସଭା ଓ ଲୋକସଭାକୁ ନେଇ ହେବ ଆଲୋଚନା

ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜି ପ୍ରଥମ ଥର ଲାଗି ଓଡ଼ିଶାକୁ ନେଇ ଦିଲ୍ଲୀରେ ବସୁଛି ବଡ଼ ମିଟିଂ । ରାଜ୍ୟରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନକୁ ନେଇ ହେବ ଗୁରୁତ୍ଵପୂର୍ଣ୍ଣ ଆଲୋଚନା । କେଉଁ ସ୍ଥାନରୁ କିଏ ପ୍ରାର୍ଥୀ ହେବ ସେନେଇ ହେବ ଆଲୋଚନା । ସେଇଥି ଲାଗି ତ ହାତରେ ପ୍ରାର୍ଥୀଙ୍କ ତାଲିକା ନେଇ ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । 

ଚର୍ଚ୍ଚାରେ ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ । କାରଣ ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଆଉ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହେବେ । ଏହି ବୈଠକରେ ଓଡ଼ିଶା, ଉତ୍ତର-ପ୍ରଦେଶ, ପଶ୍ଚିମବଙ୍ଗର ଲୋକସଭା ଆସନ ନେଇ ଆଲୋଚନା ହେବ । ଖାଲି ଏତିକି ନୁହେଁ ବରଂ ଏହା ସହ ଆଉ କିଛି ରାଜ୍ୟର ଆସନ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଖାସ କରି ଆଡିର ବୈଠକରେ ଓଡ଼ିଶାକୁ ନେଇ ବଡ଼ ଆଲୋଚନା ହୋଇପାରେ । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ପାଇଁ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛି । କିନ୍ତୁ ଏଥିରେ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିଲା । ତେଣୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । 

ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ କମିଟି ବୈଠକ ବସିଥିଲା । ଏଥିରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଇଛି । ଗତକାଲି ମଧ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାମାନେ ଆଲୋଚନା କରିଥିଲେ । ଆଉ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ କହିଥିଲେ ବିଜେପି ନିର୍ବାଚନ ଲାଗି ପୂରା ପ୍ରସ୍ତୁତ ଅଛି । ଖାଲି ତୋମାର ନୁହେଁ ବରଂ କୋର କମିଟିର ସଦସ୍ୟ ପ୍ରତାପ ଷଡଙ୍ଗୀ କହିଥିଲେ, ଚୂଡାନ୍ତ ତାଲିକା ଉପରେ କେନ୍ଦ୍ରୀୟ ସଂସଦୀୟ କମିଟିର ମୋହର ବାଜିବା ପରେ ପ୍ରାର୍ଥୀ ଘୋଷଣା ହେବ । ତେଣୁ ତୃତୀୟ ତାଲିକାରେ ଓଡ଼ିଶାର ନାଁ ଆସିପାରେ ବୋଲି କୁହାଯାଉଛି । ହେଲେ ଆଜିର ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Painting
Sponsored
BJP | Argus News