ହରିୟାଣା, ଜାମ୍ମୁ କାଶ୍ମୀର ପାଇଁ ବିଜେପିର ପର୍ଯ୍ୟବେକ୍ଷକ
·1 year ago

ଅର୍ଗସ ବ୍ୟୁରୋ: ହରିୟାଣା, ଜମ୍ମୁ କାଶ୍ମୀର ପାଇଁ ବିଜେପିର ପର୍ଯ୍ୟବେକ୍ଷକ । ହରିୟାଣା ଓ ଜାମ୍ମୁକାଶ୍ମୀର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି । ଅମିତ ଶାହଙ୍କୁ ହରିୟାଣାର ପର୍ଯ୍ୟବେକ୍ଷକ ଦାୟିତ୍ବ । ଶାହଙ୍କ ସହ ମଧ୍ୟପ୍ରଦେଶ CM ମୋହନ ଯାଦବଙ୍କୁ ହରିୟାଣା ଦାୟିତ୍ବ ଦିଆଯାଇଛି । ଜାମ୍ମୁ କାଶ୍ମୀର ପାଇଁ ପ୍ରହଲ୍ଲାଦ ଯୋଶୀ ଓ ତରୁଣ ଚୁଘଙ୍କୁ ଦାୟିତ୍ବ । ଉଭୟ ରାଜ୍ୟରେ ବିଧାୟକ ଦଳ ନେତା ବାଛିବେ ପର୍ଯ୍ୟବେକ୍ଷକ । ଆସନ୍ତା ୧୭ ତାରିଖରେ ହରିୟାଣାରେ ବିଜେପିର ନୂଆ ସରକାର ଶପଥ ଗ୍ରହଣ ସମାରୋହ ହେବ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: