Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୦୦ କିଲୋର ଜଲେବି ଅର୍ଡର କଲା ବିଜେପି

Ritu Das
Browse all articles by Ritu Das
·1 year ago·1 min read
୧୦୦ କିଲୋର ଜଲେବି ଅର୍ଡର କଲା ବିଜେପି

ଅର୍ଗସ ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ଟ୍ରେଣ୍ଡରେ ହ୍ୟାଟ୍ରିକ ଦେଖି ବିଜେପି ୧୦୦ କିଲୋଗ୍ରାମ ଜଲେବି ଅର୍ଡର କରିଥିବା ଜଣାପଡିଛି। ହରିୟାଣାରେ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ବିଜେପି ୪୮ଟି ଆସନରେ ଆଗୁଆ ରହିଛି। ଯେଉଁଠାରେ କଂଗ୍ରେସ ୩୬ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ୬ଟି ଆସନରେ ଆଗରେ ଅଛନ୍ତି। 

ହରିୟାଣାରେ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ହରିୟାଣା, ଜମ୍ମୁ କଶ୍ମୀର ନିର୍ବାଚନର ଗଣତି ଉପରେ ଭାଜପା ନେତା ଗୌରବ ଭାଟିଆ କହିଛନ୍ତି ଯେ ଏହା ହେଉଛି ଗଣତନ୍ତ୍ରର ବିଜୟ। ଆଜି ଇତିହାସ ସୃଷ୍ଟି ହେଉଛି କାରଣ ଏହି ଧାରା ସୂଚାଇ ଦେଉଛି ଯେ ତୃତୀୟ ଥର ପାଇଁ ହରିୟାଣାରେ ବିଜେପି ସରକାର ଗଠନ କରିବ। ଜମ୍ମୁ କଶ୍ମୀରରେ ନିର୍ବାଚନ ଐତିହାସିକ ଅଟେ। ପୂର୍ବ ନିର୍ବାଚନ ଅପେକ୍ଷା ଜମ୍ମୁ କଶ୍ମୀରରେ ବିଜେପି ଭଲ ପ୍ରଦର୍ଶନ କରୁଛି। ଆମେ ସବୁଠୁ ବଡ ଦଳ ଭାବରେ ଉଭା ହେବା।
ହରିୟାଣା, ଜମ୍ମୁ କଶ୍ମୀର ନିର୍ବାଚନ ଧାରା ଉପରେ କଂଗ୍ରେସ ଏମପି ଶଶି ଥରୁର କହିଛନ୍ତି, ଆମେ ବର୍ତ୍ତମାନ ସମୟ ପୂର୍ବରୁ ସିଦ୍ଧାନ୍ତ ନେବା ଉଚିତ୍‌ ନୁହେଁ। ବର୍ତ୍ତମାନ ସମୟରେ ସେମାନେ (ବିଜେପି) ଅଧିକାଂଶ ଆସନରେ (ହରିୟାଣାରେ) ଅଗ୍ରଣୀ ଥିବା ଜଣାପଡିଛି ଯାହା ଆଶ୍ଚର୍ଯ୍ୟଜନକ। କଥା ହେଉଛି, ହରିୟାଣାର ସଙ୍କେତ ଯାହା ଆମେ ଆଶା କରୁଥିଲୁ ତାହା ନୁହେଁ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP ordered | Argus News