Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

BJP National President / ନୀତିନ ନବୀନ ଧରିବେ ମଙ୍ଗ ନା ଆଉ କିଏ ରହିଛି ରେସ୍‌ରେ ?

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ନୀତିନ ନବୀନ ଧରିବେ ମଙ୍ଗ ନା ଆଉ କିଏ ରହିଛି ରେସ୍‌ରେ ?
Narendra Modi With Nitin Nabin

Key Points

କୁହାଯାଉଛି ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ସ୍ଥାୟୀ ସଭାପତି ହେବାକୁ ଯାଉଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୧୯ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ । ମଧ୍ୟାହ୍ନ ୨ଟାରୁ ଅପରାହ୍ନ ୪ଟା ମଧ୍ୟରେ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ନାମାଙ୍କନ ଯାଞ୍ଚ ପାଇଁ ୪ ଟାରୁ ୫ଟା ପର୍ଯ୍ୟନ୍ତ ସମୟ ଧର୍ଯ୍ୟ ହୋଇଛି । ଜାନୁୟାରୀ ୨୦ରେ ହେବ ମତଦାନ । ସକାଳ ୧୧.୩୦ ରୁ ୧.୩0 ମଧ୍ୟରେ ହେବ ମତଦାନ। ଏହି ସୁଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ କେ.ଲକ୍ଷ୍ମଣ । ନୀତିନ ନବୀନ ଏବେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଅଛନ୍ତି ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ୫,୭୦୮ ଭୋଟର ସେମାନଙ୍କର ମତଦାନ ଦେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ ଅଛନ୍ତି। ଅନ୍ୟପଟେ କୁହାଯାଉଛି ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ସ୍ଥାୟୀ ସଭାପତି ହେବାକୁ ଯାଉଛନ୍ତି। ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସ୍ଥାନ ନେବେ ।

ମିଳିଥିବା ସୂଚନା ଅନୁସାରେ, ନୀତିନ ନବୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଏକାକି ହିଁ ନାମାଙ୍କନ ଦାଖଲ କରିବେ। ତାଙ୍କ ନାମାଙ୍କନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଯେହେତୁ ବିଜେପି ଜାତୀୟ ସଭାପତି ପଦ ପାଇଁ କେବଳ ନୀତିନ ନବୀନ ହିଁ ନାମାଙ୍କନ ଦାଖଲ କରିବେ ଏବଂ ତାଙ୍କ ବିରୁଦ୍ଧରେ ଅନ୍ୟ କୌଣସି ନେତା ନାମାଙ୍କନ ଦାଖଲ କରିବେ ନାହିଁ। ଫଳସ୍ୱରୂପ, ନୀତିନ ନବୀନଙ୍କ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ନିଶ୍ଚିତ ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJP National President | BJP Presidential Election 2026: Notification Released, Dates Announced | Argus News