Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାର 18ଟି ଆସନ, ଉତ୍ତରପ୍ରଦେଶର 13ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା

National

ଓଡ଼ିଶାର 18ଟି ଆସନ, ଉତ୍ତରପ୍ରଦେଶର 13ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡ଼ିଶାର 18ଟି ଆସନ, ଉତ୍ତରପ୍ରଦେଶର 13ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥର ଓଡ଼ିଶାର 18ଟି ଆସନ, ଉତ୍ତରପ୍ରଦେଶର 13ଟି ଆସନ ସହ ଦେଶରେ ମୋଟ 111ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଆସିଛି । ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ଉତ୍ତରପ୍ରଦେଶର ମିରଟ ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେପି । ପିଲିଭିତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧିଙ୍କର ଟିକେଟ କଟିଛି । ଆଜି ଘୋଷିତ ବିଜେପିର ପ୍ରାର୍ଥୀ ତାଲିକାରେ ଅନ୍ୟତମ ଚର୍ଚ୍ଚିତ ନାଁ ହେଲେ ବିହାର ବେଗୁସରାଇ ଆସନରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ପାଟନା ସାହେବ ଆସନରୁ ରବିଶଙ୍କର ପ୍ରସାଦ, ସୁଲତାନପୁରରୁ ମାନେକା ଗାନ୍ଧି, ପାଟଳିପୁତ୍ରରୁ ରାମ କ୍ରିପାଲ ଯାଦବ, ଆରା ଆସନରୁ ଆର୍ କେ ସିଂହ, ହିମାଚଳ ପ୍ରଦେଶର ମଣ୍ଡିରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରାର୍ଥୀ ହୋଇଛନ୍ତି।

ଆଜି ହିଁ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ହରିୟାଣାର କୁରୁକ୍ଷେତ୍ର ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେହିପରି ହିସାର ଆସନରୁ ପ୍ରାର୍ଥୀ ହୋଇଛନ୍ତି ରଣଜିତ ଚୌଟାଲା । ଉତ୍ତରପ୍ରଦେଶର ପିଲିଭିତରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଜିତିନ ପ୍ରସାଦ। ପଞ୍ଚମ ପର୍ଯ୍ୟାୟ ତାଲିକାରେ ପଶ୍ଚିମବଙ୍ଗରୁ 19 ଜଣ, ଓଡ଼ିଶାରୁ 18 ଜଣ, ବିହାରରୁ 17, ଉତ୍ତରପ୍ରଦେଶରୁ 13, ରାଜସ୍ଥାନରୁ 7, ଆନ୍ଧ୍ର ପ୍ରଦେଶ ଓ ଗୋଆରୁ 6 ଜଣ ଲେଖାଏଁ, ହରିୟାଣା, କର୍ଣାଟକ ଓ କେରଣରୁ 4 ଜଣ ଲେଖାଏଁ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରୁ 3 ଜଣ, ହିମାଚଳପ୍ରଦେଶରୁ ଓ ତେଲେଙ୍ଗାନାରୁ 2 ଜଣ ଲେଖାଏଁ, ମିଜୋରାମ ଓ ସିକିମରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP releases fifth list of candidates, fields Kangana Ranaut, Naveen Jindal | Argus News