Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ବିଜେପି ପ୍ରାର୍ଥୀ ଘୋଷଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ବିଜେପି ପ୍ରାର୍ଥୀ ଘୋଷଣା

ଅର୍ଗସ ବ୍ୟୁରୋ:  ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ବିଜେପି ପ୍ରାର୍ଥୀ ଘୋଷଣା । 66 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ସରାୟକେଲାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଧନୱାରରୁ ବାବୁଲାଲଙ୍କୁ ଟିକେଟ ଦେଇଛି ବିଜେପି । ସେହିପରି ଜାମତାଡାରୁ ସୀତା ସୋରେନ, କୋଡରାମରୁ ନୀରୀ ଯାଦବ, ଗାଣ୍ଡେୟରୁ ମୁନିୟା ଦେବୀ, ସିନ୍ଦରୀରୁ  ତାରା ଦେବୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଜି ପ୍ରାର୍ଥୀ ଘୋଷଣା ହେବା ନେଇ ଗତକାଲି ଘୋଷଣା କରିଥିଲେ ଝାଡ଼ଖଣ୍ଡ ବିଜେପି ସହପ୍ରଭାରୀ ହିମନ୍ତ ବିଶ୍ବଶର୍ମା । ଗତକାଲି ହୋଇଥିଲା NDA ଆସନ ବୁଝାମଣା । ନିର୍ବାଚନରେ ଏକାକୀ ବିଜେପି  ୮୧ରୁ ୬୮ଟି ଆସନରେ ପ୍ରାର୍ଥୀ  ଦେବ। ଅନ୍ୟ ୧୩ଟି ଆସନରେ ପ୍ରାର୍ଥୀ ଦେବେ ସହଯୋଗୀ AJSU, ଜେଡିୟୁ ଓ ଏଲଜେପି । ରାଜ୍ୟରେ ବିଜେପିର ବିଜୟ ନେଇ ଆଶାଦବାଦୀ ଅଛନ୍ତି ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରଣ୍ଡି, ଝାଡ଼ଖଣ୍ଡ ନିର୍ବାଚନ ବିଜେପି ସହପ୍ରଭାରୀ ହିମନ୍ତ ବିଶ୍ୱଶର୍ମା ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP releases list of 66 candidates for Jharkhand assembly polls | Argus News