Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପିର ସଂକଳ୍ପପତ୍ର ଜାରି

National

ବିଜେପିର ସଂକଳ୍ପପତ୍ର ଜାରି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେପିର ସଂକଳ୍ପପତ୍ର ଜାରି

ଅର୍ଗସ ବ୍ୟୁରୋ:  ବିକଶିତ ଭାରତ ପାଇଁ ବିଜେପିର ସଂକଳ୍ପପତ୍ର ଜାରି। ଏହା ମଧ୍ୟରେ ଆଜି ବିଜେପି ଲୋକସଭା ନିର୍ବାଚନ ପାଇଁ ତା’ର ‘ସଂକଳ୍ପ ପତ୍ର’ ଜାରି କରିଛି । ଏହି ‘ସଂକଳ୍ପ ପତ୍ର’ରେ ବିଜେପି ୧୪ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛି । ଏହି ଘୋଷଣାପତ୍ରରେ ଦଳ କୃଷକ, ମହିଳାଙ୍କ ଉପରେ ଫୋକସ୍ କରିଛି ।

ରୋଜଗାରର ଗ୍ୟାରେଣ୍ଟି, ୨୦୩୬ରେ ଭାରତ ନେତୃତ୍ୱରେ ଅଲିମ୍ପିକ୍ସ ଆୟୋଜନ, ୩ କୋଟି ଲକ୍ଷପତି ଦିନି ପ୍ରସ୍ତୁତ ପାଇଁ ଲକ୍ଷ୍ୟ, ମହିଳା ସଂରକ୍ଷଣ ଲାଗୁ କରିବା ନେଇ ପ୍ରତିଶ୍ରୁତି, କୃଷି ଭିତ୍ତିଭୂମିର ବିକାଶ କରିବା, ମତ୍ସ୍ୟଜୀବୀଙ୍କ ପାଇଁ ଯୋଜନା, ଇ-ଶ୍ରମ କଲ୍ୟାଣକାରୀ ଯୋଜନାର ଫାଇଦା ପହଞ୍ଚାଇବା, ଯୋଗର ଅଫିସିଆଲ ସାର୍ଟିଫିକେସନ ଦେବା, ୨୦୨୫ ଜନଜାତୀୟର ଗୌରବ ବର୍ଷ, ଓବିସି-ଏସସି-ଏସଟିଙ୍କୁ ପ୍ରତି କ୍ଷେତ୍ରରେ ସମ୍ମାନ, ବିଶ୍ୱରେ ରାମାୟଣ ଉତ୍ସବ ପାଳନ କରାଯିବ, ଗ୍ଲୋବାଲ ମାନୁଫାକଚରିଂ ହବ ପ୍ରସ୍ତୁତି, ଅଯୋଧ୍ୟାର ବିକାଶ, ୱାନ ରେସନ ଓ ୱାନ ଇଲେକ୍ସନ, ରେଲୱେ ୱେଟିଂ ଲିଷ୍ଟର ସମସ୍ୟାକୁ ଦୂର କରିବା, ପୂର୍ବୋତ୍ତର ଭାରତର ବିକାଶ, ଏଆଇ, ସେମିକଣ୍ଡକ୍ଟର ଓ ସ୍ପେସ କ୍ଷେତ୍ରରେ ବିକାଶ କରିବା ଆଦି ପ୍ରସଙ୍ଗ ‘ସଂକଳ୍ପ ପତ୍ରରେ ସ୍ଥାନ ପାଇଛି । ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଯାହାକୁ ଦୃଷ୍ଟିରେ ରଖି ସଂକଳ୍ପପତ୍ର ଜାରି କରିଛି ବିଜେପି।

ପାର୍ଟିର ନେତାଙ୍କ ଅନୁସାରେ ଧାରା 370 ଓ ରାମମନ୍ଦିର ନିର୍ମାଣ ପରି ଜାତୀୟ ସଂକଳ୍ପକୁ ପୂରଣ କରି ବିଜେପି ପ୍ରମାଣିତ କରିଛି ଯେ, ସେ ଯାହା କୁହେ, ତାହା ପୂରଣ କରେ । ଏହି ସଂକଳ୍ପରେ ମୋଦିଙ୍କ ଗ୍ୟାରେଂଟି ହୋଇଛି ଏବଂ ଲୋକଙ୍କୁ ମୋଦି ଗ୍ୟାରେଂଟି ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

 

Raja Festival
Sponsored
BJP releases manifesto ‘Sankalp Patra’ for Lok Sabha elections 2024 in presence of PM Modi | Argus News