Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ବିଧାନସଭା ନିର୍ବାଚନ; ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

National

ଦିଲ୍ଲୀ ବିଧାନସଭା ନିର୍ବାଚନ; ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

Smruti Parija
Browse all articles by Smruti Parija
·1 year ago·1 min read
ଦିଲ୍ଲୀ ବିଧାନସଭା ନିର୍ବାଚନ; ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

Key Points

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ।

ଅର୍ଗସ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଚତୁର୍ଥ ପର୍ଯ୍ୟାୟରେ ବଳକା ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି ନାମ ଘୋଷଣା ହୋଇଛି ।


ତା' ମଧ୍ୟରେ ରହିଛନ୍ତି ବାୱାନା (ଏସସି) ଆସନରୁ ରବିନ୍ଦର କୁମାର (ଇନ୍ଦ୍ରରାଜ), ୱାଜିରପୁର ଆସନରୁ ପୁନମ ଶର୍ମା, ସଙ୍ଗମ ବିହାର ଆସନରୁ ଚନ୍ଦନ କୁମାର ଚୌଧୁରୀ, ଗ୍ରେଟର କୈଳାସ ଆସନରୁ ଶିଖା ରାୟ, ତ୍ରିଲୋକପୁରୀ (ଏସସି) ଆସନରୁ ରବିକାନ୍ତ ଉଜ୍ଜୟୀନ, ଶାହଦରା ଆସନରୁ ସଞ୍ଜୟ ଗୋୟଲ, ବାବରପୁର ଆସନରୁ ଅନିଲ ବଶିଷ୍ଠ ଏବଂ ଗୋକାଲପୁର (ଏସସି) ଆସନରୁ ପ୍ରବୀଣ ନିମେଶ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ଜାରି କରିସାରିଛି । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ତାଲିକାରେ 40 ଜଣଙ୍କ ନାଁ ରହିଛି । ତାଲିକାରେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅତୁଲ ଗର୍ଗ, ଦିଲ୍ଲୀ ବିଜେପି ସହପ୍ରଭାରୀଅଳକା ଗୁର୍ଜର, ସାଂସଦ ମନୋଜ ତିୱାରୀ, ବାଂଶୁରୀ ସ୍ବରାଜ, ଅନୁରାଗ ଠାକୁର, ହେମାମାଳୀନି, ରବି କିଶନ ପ୍ରମୁଖଙ୍କ ନାଁ ରହିଛି ।


ଆସନ୍ତା ମାସ 5 ତାରିଖରେ ପଡିବ ଭୋଟ୍ । ୮ରେ ଆସିବ ଦିଲ୍ଲୀ ଜନତାଙ୍କ ନିର୍ଣ୍ଣୟ । ସମସ୍ତ ୭୦ ଆସନରେ ଭୋଟିଂ ପାଇଁ ୧୩ ଶହ ୩ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା ହେବ । ୨୧୦ଟି ମଡେଲ ପୋଲିଂ ଷ୍ଟେସନ ମଧ୍ୟରୁ ୭୦ଟି ପୋଲିଂ ଷ୍ଟେସନ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୭୦ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା କରିଛି ନିର୍ବାଚନ କମିଶନ ।

Sponsored
BJP releases the fourth list of 9 candidates for the upcoming elections. | Argus News