Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କର୍ଣ୍ଣାଟକ ବଜେଟକୁ ଅଉରଙ୍ଗଜେବ ବଜେଟ କହିଲା ବିଜେପି

National

କର୍ଣ୍ଣାଟକ ବଜେଟକୁ ଅଉରଙ୍ଗଜେବ ବଜେଟ କହିଲା ବିଜେପି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
କର୍ଣ୍ଣାଟକ ବଜେଟକୁ ଅଉରଙ୍ଗଜେବ ବଜେଟ କହିଲା ବିଜେପି

ତୁଷ୍ଟିକରଣ ରାଜନୀତିର ସୀମା ପାର୍ । କର୍ଣ୍ଣାଟକ ବଜେଟକୁ ନେଇ ରାଜନୈତିକ ଘମାସାନ । ମସଜିଦ ଇମାମଙ୍କୁ ମାସିକ ୬ ହଜାର ଭତ୍ତା । ସରକାରୀ କାର୍ଯ୍ୟାଳୟରେ ମୁସଲିମଙ୍କୁ ୪ ପ୍ରତିଶତ ସଂରକ୍ଷଣ । ଅଉରଙ୍ଗଜେବ ବଜେଟ କହି ଘେରିଲା ବିଜେପି ।

କର୍ଣ୍ଣାଟକ ବଜେଟକୁ ନେଇ ସାରା ଦେଶରେ ଚର୍ଚ୍ଚା । ଯଦି ମୁସଲିମ ଲିଗ ଓ ଅଉରଙ୍ଗଜେବର ପ୍ରଭାବ ଦେଖିବାକୁ ଚାହଁ ତେବେ କଣ୍ଣାଟକ ବଜେଟକୁ ଦେଖ କହି ତୀବ୍ର ସମାଲୋଚନା କରିଛି ବିଜେପି । କଂଗ୍ରେସ ସରକାର ତୁଷ୍ଟିକରଣ ରାଜନୀତି ପାଇଁ କଣ ନିଷ୍ପତ୍ତି ନେଇପାରେ ଏହା ଚଳିତବର୍ଷ କର୍ଣ୍ଣାଟକ ବଜେରୁ ସ୍ପଷ୍ଟ ହୋଇଛି କହି ସିଦ୍ଧରମୈୟା ସରକାରକୁ କଟାକ୍ଷ କରିଛନ୍ତି ବିଜେପି ନେତା ବିଜୟନ୍ଦର ।

ଶୁକ୍ରବାର ବିଧାନସଭାରେ ଆଗତ ହୋଇଥିବା ବଜେଟରେ କେବଳ ମୁସଲମାନ ସଂପ୍ରଦାୟ ପାଇଁ ୪୭୦୦ କୋଟି ଟଙ୍କାର ଯୋଜନା ଘୋଷଣା ହୋଇଛି । ବଜେଟରେ ମସଦିଦର ଇମାମଙ୍କୁ ମାସିକ ୬ ହଜାର ଟଙ୍କା ଭତ୍ତା, ୱାକଫ ସମ୍ପତ୍ତିର ସୁରକ୍ଷା ପାଇଁ ୧୫୦ କୋଟି, ଉର୍ଦ୍ଦୁ ସ୍କୁଲ ପାଇଁ ୧୦୦ କୋଟି ଓ ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ ୧ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏହାସହ ଲୋକ କଲ୍ୟାଣ ବିଭାଗରେ ୪ ପ୍ରତିଶତ ଠିକାଦାର ପଦବୀ ମୁସଲିମ ସଂପ୍ରଦାୟ ପାଇଁ ସଂରକ୍ଷିତ ହୋଇଛି ।

କର୍ଣ୍ଣାଟକର ଚଳିତବର୍ଷର ବଜେଟ ଜରିଆରେ ଏସଟି, ଏସସି ଓ ଓବିସିଙ୍କୁ ଦୁର୍ବଳ କରିବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ । ୯ ଡିସେମ୍ବର ୨୦୦୬ରେ ପୂର୍ବତନ ପିଏମ ମନମୋହନ ସିଂହଙ୍କ ବୟାନକୁ ମଧ୍ୟ ମନେପକାଇଛନ୍ତି ମାଲବ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Slams Congress' Karnataka Budget | Argus News