Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Politics: କଂଗ୍ରେସକୁ ବଡ଼ ଝଟ୍‌କା, ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତାକୁ ପ୍ରଶ୍ନ ଉଠାଇଥିଲେ ଏବେ ଭୁଲ ମାଗିଲେ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Politics: କଂଗ୍ରେସକୁ ବଡ଼ ଝଟ୍‌କା, ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତାକୁ ପ୍ରଶ୍ନ ଉଠାଇଥିଲେ ଏବେ ଭୁଲ ମାଗିଲେ !

Key Points

ଭୋଟ ଚୋରି ଅଭିଯୋଗ ବିବାଦରେ ନୂଆ ମୋଡ଼
CSDSକୁ ନୋଟିସ ଜାରି କରିବ ICSSR
ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତାକୁ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ ଝଟ୍‌କା
ଭାରତୀୟ ଗଣତନ୍ତ୍ରର ଛବିକୁ ମଳିନ କରିବାକୁ ହୋଇଥିଲା ହୀନ ଉଦ୍ୟମ
ମିଥ୍ୟା ତଥ୍ୟ ଆଧାରରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ ଉପରେ ବର୍ଷିଲା ବିଜେପି

ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ ବଡ଼ ଝଟକା । ମିଥ୍ୟା ତଥ୍ୟ ଦେଇଥିବା CSDS ବିଶ୍ଲେଷକ ସଞ୍ଜୟ କୁମାର ଭୁଲ ମାଗିବା ପରେ ଅଡୁଆରେ ପଡିଛି କଂଗ୍ରେସ । CSDSକୁ ନୋଟିସ ଜାରି କରିବ ICSSR । ବିଭିନ୍ନ ସାମ୍ବିଧାନିକ ସଂସ୍ଥା ଉପରେ ଭିତ୍ତିହୀନ ଅଭିଯୋଗ ଆଣି ବିନା ତଥ୍ୟ ପ୍ରମାଣରେ ନିର୍ବାଚନ କମିଶନଙ୍କ ଉପରେ ଆରୋପ ଲଗାଇଥିବାରୁ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛି ବିଜେପି ।

ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ ବଡ଼ ଝଟକା । ପଲଟିଲେ ଡାଟା ଦେଇଥିବା ବିଶ୍ଲେଷକ । ମହାରାଷ୍ଟ୍ର ନିର୍ବାଚନ ଉପରେ କରିଥିବା ପୋଷ୍ଟ ଡିଲିଟ୍ କରିଛନ୍ତି ଲୋକନୀତି-CSDSର ସହ ନିର୍ଦ୍ଦେଶକ ସଞ୍ଜୟ କୁମାର । ଅଗଷ୍ଟ ୧୭ରେ ସେ ଏହି ପୋଷ୍ଟ କରି ମହାରାଷ୍ଟ ବିଧାନସଭା ସିଟ୍ ଗୁଡ଼ିକରେ ଭୋଟର ସଂଖ୍ୟା କମ୍ ହୋଇଥିବା ନେଇ ତଥ୍ୟ ଦେଇଥିଲେ । ୨୦୨୪ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟରେ ଚାରୋଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟାରେ ନାଟକୀୟ ପରିବର୍ତ୍ତନ ହୋଇଥିବା ଅଭିଯୋଗ କରାଯାଇଥିଲା

ଏହି ପୋଷ୍ଟ ଡିଲିଟ୍ କରିବା ପରେ ସଞ୍ଜୟ ସାର୍ବଜନିକ ଭାବେ କ୍ଷମା ମାଗିଛନ୍ତି । କହିଛନ୍ତି, ତାଙ୍କ ଟିମ୍ ଏହି ତଥ୍ୟରେ ଭୁଲ୍ ବିଶ୍ଲେଷଣ କରିଥିଲା । ମହାରାଷ୍ଟ୍ର ନିର୍ବାଚନ ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ଦେବା ପାଇଁ CSDSକୁ ନୋଟିସ୍ ଜାରି କରିବ ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ ସାଇନ୍ସ ରିସର୍ଚ୍ଚ - ICSSR । କଂଗ୍ରେସ ଏହି ତଥ୍ୟକୁ ଆଧାର କରି ଇସିଙ୍କୁ ଟାର୍ଗେଟ୍ କରିଥିଲା । ସେପଟେ ସଞ୍ଜୟଙ୍କ କ୍ଷମା ପ୍ରାର୍ଥନା ଓ ପୋଷ୍ଟ ଡିଲିଟ୍ ପରେ କଂଗ୍ରେସ ଉପରେ ଆକ୍ରମଣାତ୍ମକ ହୋଇଛି ବିଜେପି । ମିଥ୍ୟା ତଥ୍ୟ ଆଧାରରେ ଅଭିଯୋଗ ଆଣୁଥିବାରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମହାରାଷ୍ଟ୍ର ନିର୍ବାଚନ ଉପରେ କଂଗ୍ରେସର ମିଥ୍ୟା ବୟାନକୁ ଉତ୍ସାହିତ କରିବା ଲାଗି CSDS ବିନା କୌଣସି ସ୍ପଷ୍ଟତାରେ ଡାଟା ଜାରି କରିଦେଲେ । ଏହି ତଥ୍ୟକୁ ଆଧାର କରି ଇସିଙ୍କୁ ଟାର୍ଗେଟ୍ କରିଥିଲା । ନିର୍ବାଚନ କମିଶନଙ୍କ ଉପରେ ଆରୋପ ଲଗାଇଥିବାରୁ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛି ବିଜେପି ।

ଗତ କିଛି ଦିନ ଧରି କଂଗ୍ରେସ ପକ୍ଷରୁ ବିନା ତଥ୍ୟ ପ୍ରମାଣରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରାଯାଉଛି । ଗୋଟିଏ ପଟେ ସମ୍ବିଧାନ, ସତ୍ୟ ଓ ଭାରତୀୟ ଜନତାଙ୍କ ସ୍ବର ଥିବା ବେଳେ ଅନ୍ୟପଟରେ ଅରାଜକତା ସୃଷ୍ଟି ପାଇଁ କଂଗ୍ରେସ ଉଦ୍ୟମ କରୁଛି । ବିଭିନ୍ନ ସାମ୍ବିଧାନିକ ସଂସ୍ଥା ଉପରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି । କିନ୍ତୁ ପ୍ରମାଣ ମାଗିଲେ ଚୁପ୍ ରହୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Targets Congress's 'Vote Chori' Campaign After Psephologist's Apology | Argus News