Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - TMC ଏମପି ମହୁଆଙ୍କ ବହିଷ୍କାର ପରେ ପିନାକୀଙ୍କୁ ବିଜେପିର ଟାର୍ଗେଟ୍

National

TMC ଏମପି ମହୁଆଙ୍କ ବହିଷ୍କାର ପରେ ପିନାକୀଙ୍କୁ ବିଜେପିର ଟାର୍ଗେଟ୍

Manini Pattanayak
Browse all articles by Manini Pattanayak
·2 years ago·2 min read
TMC ଏମପି ମହୁଆଙ୍କ ବହିଷ୍କାର ପରେ ପିନାକୀଙ୍କୁ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର/ନୂଆଦିଲ୍ଲୀ: ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଭଳି ସଂଗୀନ ମାମଲା। ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ସଂସଦରୁ ବହିଷ୍କୃତ ହେଲେ। ତାଙ୍କ ସହ ସମ୍ପୃକ୍ତି ନେଇ ଏ ମାମଲାରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ମଧ୍ୟ ରହିଛି ସାଂଘାତିକ ଅଭିଯୋଗ। ଏବେ ପିନାକୀଙ୍କ ସମ୍ପୃକ୍ତି ସହ ମନି ଟ୍ରେଲର ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେପି।   ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିଲେ। ଆଉ ଦୋଷୀ ପ୍ରମାଣିତ ହେବା ପରେ ସଭ୍ୟପଦ ହରାଇଲେ। ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଟିଏମସିର ଫାୟାର ବ୍ରାଣ୍ଡ ନେତ୍ରୀ ମହୁଆ ମୈତ୍ର ସଂସଦରୁ ବହିଷ୍କୃତ ହେବା ପରେ ଏବେ ବଢ଼ିବାରେ ଲାଗିଛି ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ।

ଟିଏମସି ସାଂସଦ ଟଙ୍କା ନେବା ମାମଲାରେ ଉଦ୍ୟୋଗପତି ଦର୍ଶନ ହିରାନନ୍ଦାନି ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ସିବିଆଇ କୋର୍ଟ ଓ ସଂସଦର ଏଥିକ୍ସ କମିଟିକୁ ଦେଇଥିବା ଦୁଇଟି ଭିନ୍ନ ସତ୍ୟପାଠରେ ମହୁଆଙ୍କ ସହ ଓଡ଼ିଆ ସାଂସଦ ପିନାକୀ ମିଶ୍ରଙ୍କ ସମ୍ପର୍କ ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ପିନାକୀଙ୍କ ଜରିଆରେ ୨ କୋଟି ଟଙ୍କାର ହାୱଲା ଚ୍ୟାନେଲ୍ କାରବାର ହୋଇଥିବା ଅଭିଯୋଗ ରହିଛି । ଏହାକୁ ନେଇ ପୁଣି ସାଂସଦ ପିନାକୀ ମିଶ୍ର ଓ ତାଙ୍କ ଦଳକୁ ଟାର୍ଗେଟ୍ କରିଛି ବିଜେପି। ମନି ଟ୍ରେଲ ଓ ପିନାକୀଙ୍କ ସମ୍ପୃକ୍ତିର ତଦନ୍ତ ସହ ଏ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି।  ମହୁଆ ମୈତ୍ରଙ୍କ ସହ ସମ୍ପୃକ୍ତି ଅଭିଯୋଗର ସତ୍ୟତା ନେଇ ଏଯାଏଁ ସ୍ପଷ୍ଟ ଉତ୍ତର ରଖିନାହାନ୍ତି ପିନାକୀ । ଓଲଟା ପ୍ରେସ୍ ରିଲିଜ ଜାରି କରି ଅଭିଯୋଗ ଆଣୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । ସେପଟେ ଏଯାଏଁ ଚୁପ୍ ରହିଥିବା ବିଜୁ ଜନତା ଦଳର ମୁଖପାତ୍ର ଏବେ ପିନାକୀଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।  24 ବର୍ଷ ହେଲା ଦୁର୍ନୀତିକୁ ପ୍ରୋତ୍ସାହନ ଦିଏ ନାହିଁ ବୋଲି ପ୍ରଚାର କରିଆସୁଛି ବିଜେଡି । ପିନାକୀଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗ ନେଇ ଏଯାଏଁ କାହିଁକି ଚୁପ୍ ରହିଛନ୍ତି ବିଜୁ ଜନତା ଦଳର ମୁଖିଆ ? 

 ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP targets Pinaki after expulsion of TMC MP Mahua | Argus News