Videos
|
National

Uttar Pradesh Politics / ଉତ୍ତର ପ୍ରଦେଶରେ ତୃତୀୟ ଥର ପାଇଁ ଫୁଟିବ ପଦ୍ମ, ୩୦ ବର୍ଷ ପର୍ଯ୍ୟନ୍ତ ସରକାରରେ ରହିବ ବିଜେପି

Bikash Mohanty
Browse all articles by Bikash Mohanty
·28 mins ago·2 min read
ଉତ୍ତର ପ୍ରଦେଶରେ ତୃତୀୟ ଥର ପାଇଁ ଫୁଟିବ ପଦ୍ମ, ୩୦ ବର୍ଷ ପର୍ଯ୍ୟନ୍ତ ସରକାରରେ ରହିବ ବିଜେପି
Amit shah

Key Points

ଉତ୍ତର ପ୍ରଦେଶରେ ହ୍ୟାଟ୍ରିକ୍ କରିବ ବିଜେପି
୩୦ ବର୍ଷ ପର୍ଯ୍ୟନ୍ତ ସରକାରରେ ରହିବ ବିଜେପି
ଲକ୍ଷ୍ନୌରେ ଅମିତ ଶାହଙ୍କ ବଡ଼ ବୟାନ
ଲକ୍ଷ୍ନୌ, ୩୦/୧୦ : ଉତ୍ତର ପ୍ରଦେଶରେ ବିଜେପି ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବ। ଲକ୍ଷ୍ନୌରେ ତାଙ୍କ ଭାଷଣ ସମୟରେ, ସେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ଅନ୍ୟ କୌଣସି ଦଳ ସରକାର ଗଠନ କରିପାରିବେ ନାର୍ହି। ଉତ୍ତର ପ୍ରଦେଶ ଲୋକମାନେ ବିଜେପି ସହିତ ଅଛନ୍ତି ଏବଂ ସାରା ଦେଶରେ ଗେରୁଆ ରଙ୍ଗ ଦେଖାଯାଉଛି।

ଉତ୍ତର ପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଏବେଠୁ ରଣନୀତି ପ୍ରସ୍ତୁତ କଲାଣି । କେନ୍ଦ୍ରୀୟ ନେତା ଘନଘନ ୟୁପି ଗସ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌରେ ନେତାଙ୍କ ସହ ବୈଠକ କରିଛନ୍ତି । ଏହାସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ ଆତ୍ମବିଶ୍ୱାସ ଭରିଛନ୍ତି ।

ନିଜ ସମ୍ବୋଧନରେ ଶାହ କହିଛନ୍ତି ଯେ, ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ହେଉଛନ୍ତି ମାଲିକ । ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ବିଜେପିର ପ୍ରକୃତ ଶକ୍ତି । ସେମାନଙ୍କ ଦମରେ ବିଜେପି ଦେଶ ତଥା ରାଜ୍ୟରେ ସରକାର ଗଠନ କରିଛି । ୨୦୧୯ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେଲା ପରେ ୟୁପିରେ ଅନେକ କିଛି ବଦଳିଛି । ମାଫିଆଙ୍କଠୁ ମୁକ୍ତ ହୋଇଛି । ଏଠାରେ ପୂର୍ବରୁ ତୁଷ୍ଟିକରଣ ଚାଲିଥିଲା । ଏବେ କିନ୍ତୁ ରାମ ମନ୍ଦିର ତିଆରି ହୋଇଛି । ବିଜେପି ସରକାର ପୁଣି ଥରେ ଆସିଲେ ଏଠାରେ ୟୁସିସି ଲାଗୁ ହେବ ।

ପଢନ୍ତୁ ଏହିୁ ଖବର: ବିହାର, ୟୁପି ଓ କର୍ଣ୍ଣାଟକରେ ମାଟି କାମୁଡ଼ିଲା କଂଗ୍ରେସ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଛନ୍ତି ଯେ, ମୁଲାୟମ ସିଂ ଯାଦବଙ୍କ ସମାଜବାଦୀ ପାର୍ଟି ସରକାରରେ ରାମଭକ୍ତଙ୍କୁ ଗୁଳି ମାଡ଼ କରାଯାଇଥିଲା । ସରଜୁ ନଦୀ ରାମ ଭକ୍ତଙ୍କ ରକ୍ତରେ ଲାଲ୍ ହୋଇଯାଇଥିଲା । ତେବେ ୨୦୧୭ରେ ଏଠାରେ ବିଜେପି ଐତିହାସିକ ବିଜୟ ପାଇଥିଲା । ୩୧୨ ସିଟ୍ ଦଳକୁ ମିଳିଥିଲା । ୪୦ ପ୍ରତିଶତ ଭୋଟ୍ ମିଳିଥିଲା । ବିଜେପି ପୁଣି ଥରେ ଏଠାରେ ପ୍ରଚଣ୍ଡ ବହୁମତ ପାଇବ । ତୃତୀୟ ଥର ବିଜେପି ସରକାର ଗଠନ ହେବ । ଏହାସହ ବିଜେପିର ନେତାମାନେ ପ୍ରଥମେ କାର୍ଯ୍ୟକର୍ତ୍ତା ବୋଲି ମଧ୍ୟ ଶାହ କହିଛନ୍ତି ।

ବିଜେପିର ଏହି ବୈଠକରେ ଦଳର ୨୮୦୦ରୁ ଅଧିକ ପ୍ରତିନିଧି ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଯୋଦୀ ଆଦିତ୍ୟନାଥଙ୍କ ସମେତ ସମସ୍ତ ସାଂସଦ ଏବଂ ବିଧାୟକ ଉପସ୍ଥିତ ଥିଲେ । ଦଳ ପୂର୍ବରୁ ୨୦୧୭ ଏବଂ ୨୦୨୨ରେ ଲଗାତାର ଜିତିଛି । ୨୦୨୭ରେ ମଧ୍ୟ ବିଜେପି ଏଠାରେ ସରକାର ଗଠନରେ ହ୍ୟାଟ୍ରିକ୍ କରିବାକୁ ପ୍ରୟାସ କରୁଛି ।