ଦିଲ୍ଲୀରେ ସରକାର ଗଠନ କରିବ ବିଜେପି

Key Points
ଦିଲ୍ଲୀରେ ସରକାର ଗଠନ କରିବ ବିଜେପି
ମୋଦିଙ୍କ ଝାଡୁରେ ଆପ୍ ସଫା
27 ବର୍ଷ ପରେ ଦିଲ୍ଲୀ ସିଂହାସନ ହାତେଇଲା ବିଜେପି।
ହାରିଗଲେ କେଜ୍ରିଓ୍ବାଲ, ସିସୋଦିଆ
ମହଙ୍ଗା ପଡିଲା ଆପ ସରକାରର ଭ୍ରଷ୍ଟାଚାର, ରାଜମହଲ, ମଦଦୁର୍ନୀତି, ଯମୁନା ପ୍ରଦୂଷଣ
ବସ୍ତି, ମହିଳା ଓ ମଧ୍ୟବିତ୍ତ ଭୋଟର ହେଲେ ଗେମ୍ ଚେଞ୍ଜର
ରାଜଧାନୀ ଦିଲ୍ଲୀରେ ଦୀର୍ଘ 27ବର୍ଷ ପରେ ଆରମ୍ଭ ହେବାକୁ ବିଜେପି ଶାସନ । 48ଟି ସିଟ ହାସଲ କରି ଐତିହାସିକ ବିଜୟ ହାସଲ କରିଛି ବିଜେପି । ଆପକୁ ମାତ୍ର 22ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ସିଧା ସିଧା କହିବାକୁ ଗଲେ ମୋଦିଙ୍କ ଝାଡ଼ୁରେ ଆପ ସଫା । ଚଳିତ ନିର୍ବାଚନରେ ଆପ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ଭ୍ରଷ୍ଟାଚାର, କେଜ୍ରିଓ୍ବାଲଙ୍କ ରାଜମହଲ, ମଦ ଦୁର୍ନୀତି ଓ ଯମୁନା ପ୍ରଦୂଷଣ । ଲଗାତାର ଆପ କୁ 3ଥର ବିଜୟୀ କରିବା ପରେ ଦିଲ୍ଲୀ ବାସୀ ଏଥର ପରିବର୍ତ୍ତନ ଆଣିଛନ୍ତି । ଭ୍ରଷ୍ଟାଚାର ଓ ଦୁର୍ନୀତି ପ୍ରସଙ୍ଗରେ ଦିଲ୍ଲୀବାସୀଙ୍କୁ ସନ୍ତୁଷ୍ଟ କରିପାରିନି ଆପ । ଯାହାର ପରିଣାମ ଭୋଗିବାକୁ ପଡିଛି ଏଥର ନିର୍ବାଚନରେ । ସ୍ଥିତି ଏପରି ହୋଇଥିଲା ଯେ ଖୋଦ ଅରବିନ୍ଦ କେଜ୍ରିଓ୍ବାଲ ଓ ପୁର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ମଧ୍ୟ ପରାଜୟର ସାମନା କରିବାକୁ ପଡିଲା ।
ଆପର ପରାଜୟ ପଛର ମୁଖ୍ୟ କାରଣ ହେଲା ଦିଲ୍ଲୀ ବାସୀଙ୍କ ପାଖରେ ମୌଳିକ ସୁବିଧା ନପହଞ୍ଚିବା । ଯାହାକୁ ପ୍ରସଙ୍ଗ କରିଥିଲା ବିଜେପି । ଆପ ସରକାରରେ ଥିବା ବେଳେ ଦିଲ୍ଲୀବାସୀଙ୍କ ପାଖରେ ଭଲ ପାଣି ପହଂଚିନଥିଲା । ଲୋକଙ୍କୁ ଘର ମିଳିନଥିଲା । ଜଲ ଜୀବନ ମିଶନରେ ବାଧକ ସାଜିଥିଲେ ତତ୍କାଳୀନ ଆପ ସରକାର । ଦୁର୍ନୀତିରେ ଉବୁଟୁବୁ ତତ୍କାଳୀନ ଆପ ସରକାର ଲୋକଙ୍କ କଥା ବୁଝିବାରେ ଅକ୍ଷମ ହୋଇଥିଲା । ଯାହାର ଫଳ ସ୍ବରୁପ ଏହି ପରାଜୟ ।
📱 Get Argus News App
✨ବସ୍ତି, ମହିଳା ଓ ମଧ୍ୟବିତ୍ତଙ୍କ ପାଇଁ ବିଜେପିର ଏଜେଣ୍ଡା ସ୍ପଷ୍ଟ ଥିଲା । ମୋଦି ଗ୍ୟାରେଣ୍ଟିକୁ ଦିଲ୍ଲୀ ବାସୀ ଭରସା କରିଥିଲେ । ଲଗାତାର 3ଥର ଆପକୁ ଶାସନ ଗାଦିରେ ବସାଇଥିବା ଦିଲ୍ଲୀବାସୀ ଡବଲ ଇଞ୍ଜିନ ସରକାରର ନିର୍ବାଚନୀ ପ୍ରତିଶ୍ରୁତିକୁ ଗ୍ରହଣ କରିଥିଲେ । ବସ୍ତି, ମହିଳା ଓ ମଧ୍ୟବିତ୍ତ ହୋଇଥିଲେ ଏହି ନିର୍ବାଚନର ଗେମଚେଞ୍ଜର । 1998 ପରେ ଏବେ ପୁଣିଥରେ ଦିଲ୍ଲୀରେ ଚାଲିବ ବିଜେପି ରାଜ ।