Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦିଲ୍ଲୀରେ ଜାରି ରହିଛି ବିଜେପିର ରାଷ୍ଟ୍ରୀୟ ଅଧିବେଶନ

National

ଦିଲ୍ଲୀରେ ଜାରି ରହିଛି ବିଜେପିର ରାଷ୍ଟ୍ରୀୟ ଅଧିବେଶନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦିଲ୍ଲୀରେ ଜାରି ରହିଛି ବିଜେପିର ରାଷ୍ଟ୍ରୀୟ ଅଧିବେଶନ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଜାରି ରହିଛି ବିଜେପିର ରାଷ୍ଟ୍ରୀୟ ଅଧିବେଶନ। ଆଗାମୀ ନିର୍ବାଚନ ଲାଗି ନେତା ଓ କର୍ମୀଙ୍କ ମନକୋ ଜୋଶ୍ ଭରୁଛି ଦଳ। ଅବ କୀ ବାର୍ 370 ପାର୍ ରଣନୀତି ନେଇ ଦଳ ଆଗକୁ ବଢୁଛି। ତେବେ ଆଜି ଏହି ଅଧିବେଶନର ଦ୍ବିତୀୟ ଦିନ ହୋଇଥିବା ବେଳେ ଆଜି ବିଜେପି ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 24 ନିର୍ବାଚନ ପାଇଁ ଆଜି କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର। ଶନିବାର ଏହି ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଦେଶର ସମସ୍ତ ରାଜ୍ୟରୁ 11 ହଜାରରୁ ଅଧିକ ପଦାଧିକାରୀ ଏଥିରେ ଯୋଗ ଦେଇଛନ୍ତି।

ତେବେ ଶନିବାର କର୍ମୀଙ୍କୁ ଉଦବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ଦଳକୁ ଆଗକୁ ନେବାର ଦାୟିତ୍ବ  ଆମ ସମସ୍ତଙ୍କର । ଏଥିପାଇଁ ତୃଣମୂଳ ଠାରୁ ଆରମ୍ଭ କରି ଦଳର ବଡ ନେତା  ସଦସଯ ଙ୍କୁ ଏକ ମନରେ କାର୍ଯକରିବାକୁ ପଡିବ। ଗତ ୧୦ ବର୍ଷର ବିଜେପି ଶାସନ ଏହି ପ୍ରତିବଦ୍ଧତାକୁ ପ୍ରମାଣିତ ମଧ୍ୟ କରିପାରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ବିଜୟ ହୋଇଛି। ମୋଦି ଙ୍କ ଗ୍ୟାରେଣ୍ଟି ଯୋଗୁଁ ଏହା ସମ୍ଭବ ହୋଇଛି  ବୋଲି କହିଥିଲେ ନଡ୍ଡା।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJP to hold its two-day national council | Argus News