Videos
|
National

ସେପ୍ଟେମ୍ବର ୧୭ ମୋଦିଙ୍କ ଜନ୍ମ ଦିନରେ ଯୋଜନାର ଲୋକାର୍ପଣ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସେପ୍ଟେମ୍ବର ୧୭ ମୋଦିଙ୍କ ଜନ୍ମ ଦିନରେ ଯୋଜନାର ଲୋକାର୍ପଣ

ଅର୍ଗସ ବ୍ୟୁରୋ:  ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସରେ ଜାରି ହେବ ସୁଭଦ୍ରା ଯୋଜନାର ମୋଡାଲିିଟି ଏବଂ ଏସଓପି । କାହାକୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ? ସୁଭଦ୍ରା ଯୋଜନାରେ କିଏ ହେବେ ସାମିଲ ? ସେ ନେଇ ୧୫ ତାରିଖ ଦିନ ବିଧିବଦ୍ଧ ଘୋଷଣା କରିବେ ରାଜ୍ୟ ସରକାର । ତେବେ ଅଗଷ୍ଟ ୧୫ ପୁର୍ବରୁ ଅଧିକାରୀ ମାନେ ଆଲୋଚନା କରି ଫିଡବ୍ୟାକ ଆଣିବେ । କଣ ହେବ ସୁଭଦ୍ରା ଯୋଜନାର ରୂପରେଖ ? ମହିଳା ମାନେ ସୁଭଦ୍ରା ଯୋଜନା ଦ୍ଵାରା କିଭଳି ସଶକ୍ତ ହୋଇପାରିବେ ? ସେ ନେଇ ବିଭିନ୍ନ ବୁଦ୍ଧିଜୀବୀଙ୍କ ଠାରୁ ମତାମତ ସଂଗ୍ରହ କରୁଛନ୍ତି ସରକାର ।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଆରମ୍ଭ ହେବ ସୁଭଦ୍ରା ଯୋଜନା। ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ୫ ଲକ୍ଷ ମହିଳାଙ୍କ ଉପସ୍ଥିତିରେ ବିରାଟ ସମାବେଶରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ୨୦୨୪ ନିର୍ବାଚନୀ ସଂକଳ୍ପ ପତ୍ରରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ନୂଆ ସରକାର ଶପଥ ନେବା ଦିନ ହିଁ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଗଲା। ସରକାର ଗଠନର ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବାକୁ ଯାଉଛି ସୁଭଦ୍ରା ଯୋଜନା ।

ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ ଭାଉଚର । ଯାହାକୁ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରି ପାରିବେ ଲାଭାର୍ଥୀ । ବିଶେଷ କରି ପିଲାଙ୍କ ପାଠ ପଢା, ଝିଅ ବାହାଘରଠୁ ନେଇ ପରିବାରର ଅନ୍ୟ କାମରେ ଟଙ୍କା ବ୍ୟବହାର କରିପାରିବେ। ଏହି ଟଙ୍କାକୁ ଆତ୍ମନିର୍ଭରଶୀଳ ହେବା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ପ୍ରତିଶ୍ରୁତି ମୁତାବକ ବିଜେପି ସୁଭଦ୍ରା ଯୋଜନା ଲାଗୁ କରିବାକୁ ଯାଉଥିବାରୁ ରାଜ୍ୟ ସାରା ମହିଳା ସରକାରଙ୍କୁ ଜଣାଇଛନ୍ତି ଧନ୍ୟବାଦ । ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନା ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍। ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP to launch Sewa Pakhwara on September 17 as PM Modi turns 73 | Argus News