Amit Shah / ବାଂଲାଦେଶୀଙ୍କୁ ଚେତାବନୀ, ଜଣେ ବି ଅନୁପ୍ରବେଶକାରୀ ଭାରତରେ ରହିପାରିବେନି

Key Points
ବେଆଇନ୍ ଅନୁପ୍ରବେଶକାରୀଙ୍କୁ ଅମିତ୍ ଶାହାଙ୍କ କଡ଼ା ଚେତାବନୀ । ବାଛି ବାଛି ଦେଶରୁ ବାହାର କରାଯିବ। ଆସାମରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ବେଆଇନ ଅନୁପ୍ରବେଶ କେବଳ ଏକ ଅଞ୍ଚଳର ସମସ୍ୟା ନୁହେଁ, ବରଂ ଏହା ସମଗ୍ର ଦେଶର ସୁରକ୍ଷା ପ୍ରତି ଏକ ବଡ଼ ବିପଦ। ଅନୁପ୍ରବେଶକାରୀମାନେ ଭାରତୀୟ ନାଗରିକଙ୍କ ଅଧିକାର ଏବଂ ସମ୍ବଳକୁ ଅକ୍ତିଆର କରୁଛନ୍ତି। କେନ୍ଦ୍ର ସରକାର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଭାରତର ସୀମାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରାଯିବ ଏବଂ ଏଥିପାଇଁ ଡ୍ରୋନ୍ ସର୍ଭେଲାନ୍ସ ଏବଂ ସ୍ମାର୍ଟ ଟେକ୍ନୋଲୋଜିର ସାହାଯ୍ୟ ନିଆଯାଉଛି ବୋଲି କହିଛନ୍ତି ଅମିତ୍ ଶାହା । ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କିଛି ଲୋକ ଅନୁପ୍ରବେଶକାରୀଙ୍କୁ ପ୍ରୋତ୍ସାହନ ଦେଉଥିବାର କହି ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଛନ୍ତି ଅମିତ୍ ଶାହା । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ ।
ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଇସଲାମିକ କଟରପନ୍ଥୀମାନେ ପୁଣି ଥରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କରିଛନ୍ତି । ଏହି ମାସର ଆରମ୍ଭରେ ଯୁବ ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ଦେଶବ୍ୟାପୀ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଏସବୁ ମଧ୍ୟରେ ବାଂଲାଦେଶରେ ଆଉ ଏକ ସଂଖ୍ୟାଲଘୁ ହିନ୍ଦୁଙ୍କ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ଦକ୍ଷିଣ ବାଂଲାଦେଶର ପିରୋଜପୁର ସଦର ଉପଜିଲାର ପଶ୍ଚିମ ଡୁମରିଟୋଲା ଗାଁରେ ଘଟିଛି ।
ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡିସେମ୍ବର ୨୭ ତାରିଖରେ ପିରୋଜପୁରର ଡୁମରିଟୋଲା ଗାଁରେ ଅଜ୍ଞାତ ଦୁର୍ବୃତ୍ତମାନେ ସାହା ପରିବାରର ଘରେ ନିଆଁ ଲଗାଇ ଦେଇଥିଲେ । ସନ୍ଦିଗ୍ଧମାନେ ଏକ କୋଠରୀ ଭିତରେ କପଡ଼ା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଆଉ ଚାହୁଁଚାହୁଁ ଏହି ନିଆଁ ଶୀଘ୍ର ସାରା ଘରକୁ ବ୍ୟାପି ଯାଇଥିଲା ।
ବାଂଲାଦେଶୀ ଲେଖିକା ତସଲିମା ନସରିନ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଲେଖିଛନ୍ତି, "ହିନ୍ଦୁ ବିରୋଧୀ ଜିହାଦୀମାନେ ପିରୋଜପୁରର ଡୁମରିଟୋଲା ଗାଁରେ ସାହା ପରିବାରର ପାଞ୍ଚଟି କୋଠରୀକୁ ପୋଡ଼ି ଦେଇଛନ୍ତି । ସମସ୍ତେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି ।
कांग्रेस पार्टी ने असम आंदोलन के शहीदों की हमेशा उपेक्षा की, वहीं मोदी जी के नेतृत्व में असम में भाजपा की डबल इंजन सरकार ने इन शहीदों की स्मृति में भव्य स्मारक बनाया।
— Amit Shah (@AmitShah) December 29, 2025
কংগ্ৰেছ দলে সদায় অসম আন্দোলনৰ শ্বহীদসকলক উপেক্ষা কৰিছিল, আনহাতে মোদী ডাঙৰীয়াৰ নেতৃত্বত অসমত বিজেপিৰ ডাবল… pic.twitter.com/H4ZZ5RZOuL
📱 Get Argus News App
✨Related Topics
Explore more stories