Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚାଷୀଙ୍କ ପାଇଁ ଋଣରେ ଛାଡ଼ ଘୋଷଣା କରିବ ବିଜେପି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଚାଷୀଙ୍କ ପାଇଁ ଋଣରେ ଛାଡ଼ ଘୋଷଣା କରିବ ବିଜେପି

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥର ପୋକ‌ସ୍‌ରେ ଚାଷୀ ଓ ମହିଳା । ଚାଷୀଙ୍କ ପାଇଁ ଋଣରେ ଛାଡ଼ ଘୋଷଣା କରିବ ବିଜେପି । ବଭନ୍ତର ଯୋଜନା ମଧ୍ୟରେ କୃଷକମାନଙ୍କୁ ମିଳିବ କ୍ଷତିପୂରଣ । ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପେନ୍ସନ୍ ସ୍କିମ୍ ମାସକୁ 15 ଶହରୁ 21 ଶହ ଟଙ୍କାକୁ ବୃଦ୍ଧି କରାଯିବ। ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଯୁବକମାନଙ୍କ ପାଇଁ 25 ଲକ୍ଷ ଚାକିରି ପ୍ରତିଶୃତି ଦେଇଛନ୍ତି । ଲଡକି ବାହିନରେ ମିଳୁଥିବା ଭତ୍ତା 15 ଶହରୁ 21 ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।

 ଏହା ସହ ଶାହ କଂଗ୍ରେସକୁ  କହିଛନ୍ତି, କଂଗ୍ରେସ ଦେଶର ମହାପୁରୁଷ ମାନଙ୍କୁ ଅପମାନତ କରିଛି । ବିଜେପି ସଙ୍କଳ୍ପ ପତ୍ରକୁ ବାସ୍ତବ କାର୍ଯ୍ୟରେ ପରିଣତ କରେ । ଏନ୍‌ଡିଏ ସରକାରରେ ଭାରତ ବିଶ୍ବର ପଞ୍ଚନ ବୃହତ ଅର୍ଥନୀତିରେ ପରିଣତ ହୋଇଛି । କଂଗ୍ରେସ ଯେଉଁଠି ବି ନିର୍ବାଚନ ଜିତିଛି ସେଠାରେ ନିଜର ପ୍ରତିଶ୍ରୁତି ରକ୍ଷା କରିପାରିନାହିଁ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP will announce loan waiver for farmers | Argus News