Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡ଼ିଶାରେ ପ୍ରଥମଥର ହେବ ବିଜେପି ସରକାର

Ritu Das
Browse all articles by Ritu Das
·2 years ago·3 min read
ଓଡ଼ିଶାରେ ପ୍ରଥମଥର ହେବ ବିଜେପି ସରକାର

ଅର୍ଗସ ବ୍ୟୁରୋ: ମୋଦି ହାୱାରେ ଧୋଇ ହୋଇଗଲା 25 ବର୍ଷର ବିଜେଡି ରାଜ୍। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଛାଇଯାଇଛି ଗେରୁଆରଙ୍ଗ। ବିଜେଡିର ସବୁଠୁ ଅଭେଦ୍ୟ ଗଡ଼ ଗଞ୍ଜାମକୁ ବି ଧ୍ବସ୍ତ କରିଦେଇଛି ବିଜେପି। ନବୀନଙ୍କ ଦଳର ବହୁ ଟାଣୁଆ ନେତା ଓ ମନ୍ତ୍ରୀ ହୋଇଛନ୍ତି ଚିତ୍। 78 ଆସନ ରହ ବିଜେପିକୁ ମିଳିଛି ପୂର୍ଣ୍ଣ ବହୁମତ। ତେବେ ବିଜେପିର ବିଧାନସଭାର ସଫଳତାକୁ ବଳିଯାଇଛି ଲୋକସଭାର ସଫଳତା। 1985ରେ କଂଗ୍ରେସ ଓ 2014ରେ ବିଜେଡିର 20
ଆସନ ସଫଳତାକୁ ଦୋହାରାଇଛି ବିଜେପି। ଆଉ ବିଜେଡିର ସଂଖ୍ୟା ଲୋକସଭାରେ ହୋଇଯାଇଛି ଶୂନ। ସେଥିପାଇଁ ତ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀ ଜଣାଇଛନ୍ତି ଧନ୍ୟବାଦ୍। 

ଲୋକସଭାରେ ବିଜେପି ସର୍ବାଧିକ 45.34 % ଭୋଟ୍ ହାର ସହ 21ରୁ 20 ଆସନ ପୋଛି ନେଇଥିବା ବେଳେ 37.34% ଭୋଟ୍ ପାଇଥିଲେ ସୁଦ୍ଧା ଗୋଟିଏ ହେଲେ ବି ଆସନରେ ଜିତି ପାରିନି ବିଜେଡି। ଆଉ ସବୁଠୁ ଗୁରୁତ୍ବ ପୂର୍ଣ୍ଣ ବିଧାନସଭାରେ ବିଜେପି 40.07 % ଭୋଟ୍ ସହ 78 ଆସନରେ ବାଜିମାତ୍ କରିଥିବା ବେଳେ ବିଜେପିଠାରୁ ସାମାନ୍ୟ ଅଧିକ ଅର୍ଥାତ 40.22 % ଭୋଟ୍ ପାଇ ସୁଦ୍ଧା ମାତ୍ର 51 ଆସନରେ ସମୀତି ରହିଯାଇଛି ବିଜେଡି। ଯାହାକି ବିଜେଡି ବିରୋଧରେ ଥିବା ଜନ ଅସନ୍ତୋଷର ସ୍ପଷ୍ଟ ପ୍ରମାଣ ଦେଇଛି। 

ତେବେ ଏହି ବିପୁଳ ବିଜୟର ବଡ଼ ଶ୍ରେୟ ଯାଉଛି ମୋଦି ଓ ଶାହ ଯୋଡ଼ିଙ୍କ ନବୀନ ସରକାର ବିରୋଧରେ କଠୋର ଆଭିମୁଖ୍ୟକୁ। ମେ 6ରେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ଓଡ଼ିଶାରେ ପ୍ରଥମ ନିର୍ବାଚନ ପ୍ରଚାର। ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରୁ  ହିଁ ବିଜେଡିର ଏକ୍ସପାରୀ ଡେଟର ଘୋଷଣା ସହ ଜୁନ 10ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ରାଜ୍ୟବାସୀଙ୍କୁ କରିଥିଲେ ନିମନ୍ତ୍ରଣ। ଯାହା ଏବେ ଅକ୍ଷରେ ଅକ୍ଷରେ ସତ ହେବାକୁ ଯାଉଛି। ପ୍ରଥମ ସଭାରୁ ହିଁ ବିଜେଡି ସରକାର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ଦ୍ବିତୀୟ ପର୍ଯ୍ୟାୟରେ ଆଭିମୁଖ୍ୟ ହୋଇଥିଲା ଆହୁରି କଠୋର। ଆଉ ଶେଷ ପର୍ଯ୍ୟାୟ ବେଳକୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କରିଥିଲେ ଶାଣିତ ଆଟାକ୍। ଏପରିକି ବିଜେପି ଶାସନକୁ ଆସିଲେ ମାଫିଆ ରାଜର ଅନ୍ତ ସହ ସେମାନଙ୍କ ଅଣ୍ଟା ଭାଙ୍ଗିଦିଆଯିବ ବୋଲି ଦେଇଥିଲେ ଖୋଲାଖୋଲି ଚେତାବନୀ। 
ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ସଭା ପୂର୍ବରୁ ସୋନପୁର ସମାବେଶରେ ବିଜେଡି ସରକାର ଉପରେ ପ୍ରହାରର ମୂଳଦୁଆ ପକାଇସାରିଥିଲେ ଗ୍ରୁହମନ୍ତ୍ରୀ ଅମିତ ଶାହ। ଆଉ ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦେବାକୁ ଦେଇଥିଲେ ଆହ୍ବାନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

95 ମସିହା ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପିର ଓଡ଼ିଶାରେ ଏକ ରାଜନୈତିକ ଶକ୍ତି ଭାବେ  ହୋଇଥିଲା ଆବିର୍ଭାବ। ସେହି ନିର୍ବାଚନରେ ବିଜୁ ବାବୁଙ୍କ ପରି ବଡ଼ ଦ୍ରୁମକୁ ଭାଙ୍ଗି ଜାନକୀ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ଗଢିଥିଲା ସରକାର। ବିଜୁ ବାବୁଙ୍କ ପରାଜୟର ଶ୍ରେୟ କଂଗ୍ରେସକୁ ଯାଇଥିଲା ବେଳେ ଏହା ପଛର ବଡ଼ କାରଣ ଥିଲା ବିଜେପି। ସାଢେ 7 ପ୍ରତିଶତ ଭୋଟ୍ ସହ ବିଜେପିର ଉତଥାନ ଅନେକ ଆସନରେ ଜନତା ଦଳର ପରାଜୟ ପଛର ଥିଲା ବଡ଼ କାରଣ। ସେହି ଆଧାରରେ 2000ରେ ବିଜେପିର ସାଥୀ କରି କଂଗ୍ରେସ ବିରୋଧରେ ନିର୍ବାଚନ ଲଢିଥିଲା ବିଜେପି। ଆଉ ଲଗାତାର 2000 ଓ2004 ରେ ବିଜେପି- ବିଜେଡି ମେଣ୍ଟକୁ ଓଡିଶାରେ ମିଳିଥିଲା ବିପୁଳ ସଫଳତା। 2009 ବିଧାନସଭା ନିର୍ବାଚନରେ ଏକାକୀ ନିର୍ବାଚନ ଲଢିଥିଲା ବିଜେପି ଆଉ ଦଳକୁ ମିଳିଥିଲା 16 ପ୍ରତିଶତ ଭୋଟ୍ ମାତ୍ର 7ଟି ଆସନ ଜିତିବାରେ ସମର୍ଥ ହୋଇଥିଲା ଦଳ। 

2014 ନିର୍ବାଚନରେ ବିଜୋପିର ଭୋଟ୍ ହାର ସାମାନ୍ୟ ବଢି 19 ପ୍ରତିଶତ ହୋଇଥିଲା ଆସନବି ସାମାନ୍ୟ ବଢି ପହଞ୍ଚିଥିଲା 10ରେ । ତେବେ 2019 ନିର୍ବାଚନ ବିଜେପି ପାଇଁ ଥିଲା ଟର୍ଣ୍ଣିଂପଏଣ୍ଟ ଏହି ନିର୍ବାଚନରେ ଦଳର ଭୋଟ୍ ହାର 13 ପ୍ରତିଶତ ଲମ୍ଫ ସହ ପହଞ୍ଚିଯାଇଥିଲା 32 ପ୍ରତିଶତରେ। ଆଉ କଂଗ୍ରେସକୁ ପଛକୁ ଠେଲି 23 ଆସନ ସହ ଓଡ଼ିଶାରେ 2 ନମ୍ବର ଦଳ ବନିଥିଲା ବିଜେପି। 19 ନିର୍ବାଚନରେ ହିଁ ବିଜେପିର ବିଜେଡି ସହ ଆମନାସାମନା ଲଢେଇର ଭିତ୍ତିଭୂମି ପଡ଼ିଥିଲା। ଯାହା 24 ଲଢେଇରେ ପ୍ରଚଣ୍ଡ ରୂପ ନବା ସହ ବିଜେଡିକୁ କଲା ଧରାଶାୟୀ ଓ ବିଜେପି ହେଲା ବିଜୟୀ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
BJP will be the first | Argus News