ତାମିଲନାଡୁ ଗସ୍ତରେ ଶାହଙ୍କ ଦମ୍ଭୋକ୍ତି, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଏଥର ବିଜେପି ସରକାର...

Key Points
ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବି ନିର୍ବାଚନ ଜିତିବ ବିଜେପି । ତାମିଲନାଡୁ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଦୁରାଇର ଏକ ଜନସଭାରେ କରିଛନ୍ତି ବଡ଼ ଘୋଷଣା । ଆଗାମୀ ୨୦୨୬ରେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବି ସରକାର ଗଢିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶାହ ।
ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବି ନିର୍ବାଚନ ଜିତିବ ବିଜେପି । ତାମିଲନାଡୁ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଦୁରାଇର ଏକ ଜନସଭାରେ କରିଛନ୍ତି ବଡ଼ ଘୋଷଣା । ଆଗାମୀ ୨୦୨୬ରେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବି ସରକାର ଗଢିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶାହ । ଓଡ଼ିଆ, ଦିଲ୍ଲୀ ପରେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବି ପଦ୍ମ ଫୁଟିବ କହିବା ସହ ଷ୍ଟାଲିନ୍ ସରକାରଙ୍କୁ ନିଶାନା କରିଛନ୍ତି ଶାହ । ଦୁର୍ନୀତିର ସବୁ ସୀମା ଟପିଛି ଡିଏମକେ ସରକାର ।
ଗତ ୪ ବର୍ଷ ଭିତରେ ଗରିବଙ୍କୁ ଶୋଷଣ, ବାଲି ଦୁର୍ନୀତି ଭଳି ବଡ ବଡ଼ ସ୍କାମରେ ଲିପ୍ତ ରହିଥିବା ଷ୍ଟାଲିନ୍ ସରକାର ଏଥର ଗାଦିଚ୍ୟୁତ ହେବା ନିଶ୍ଚିତ ବୋଲି କହିଛନ୍ତି ଶାହ । ଓଡ଼ିଶା, ହରିୟାଣା, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବିଜେପିର ବିଜୟ ପରେ ଦଳୀୟ ନେତା ଓ କର୍ମୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ମଦୁରାଇ ସଜସଭାରେ ଯୋଗ ଦେବା ପୂର୍ବରୁ ଆଜି ପ୍ରସିଦ୍ଧ ମିନାକ୍ଷୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଶାହଙ୍କ ଗସ୍ତକୁ ନେଇ ହୋଇଥିଲା କଡ଼ା ସୁରକ୍ଷା ବ୍ୟବସ୍ଥା ।