Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସ୍ପଷ୍ଟ ବହୁମତ ସହ ଲଗାତାର ତୃତୀୟ ଥର ସରକାର ଗଢ଼ିବ ବିଜେପି

National

ସ୍ପଷ୍ଟ ବହୁମତ ସହ ଲଗାତାର ତୃତୀୟ ଥର ସରକାର ଗଢ଼ିବ ବିଜେପି

Rashmita Mishra
Browse all articles by Rashmita Mishra
·1 year ago·2 min read
ସ୍ପଷ୍ଟ ବହୁମତ ସହ ଲଗାତାର ତୃତୀୟ ଥର ସରକାର ଗଢ଼ିବ ବିଜେପି

ଅର୍ଗସ ବ୍ୟୁରୋ: ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ । ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାଯବ ସୈନୀ । ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରି ପୁଣି ସରକାର ଗଢିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନାୟବ ସୈନୀଙ୍କ ନେତୃତ୍ବରେ ବିଜେପିର ସରକାର ଗଠନ ହେବ ହରିୟାଣାରେ । ୨୦୨୪ ବିଧାନସଭା ନିର୍ବାଚନରେ ହରିଆଣାରେ ମୋଟ ୯୦ ଆସନ ପାଇଁ ଲଢେଇ ହେଉଥିଲା । ୯୦ ଆସନ ମଧ୍ୟରୁ ବିଜେପିକୁ ସର୍ବାଧିକ ୫୦ ଆସନରେ ବିଜୟ ମିଳିଛି । କଂଗ୍ରେସ ଖାତାକୁ ଯାଇଛି ୩୫ ଆସନ । ଆପ ଖାତା ଖୋଲିପାରିନଥିବା ବେଳେ ଜନନାୟକ ଜନତା ପାର୍ଟି, ଜେଜେପି କୌଣସି ଆସନରେ ବିଜୟ ଲାଭ କରିନାହିଁ । ଆଇଏନଏଲଡି 2ଟି ଆସନରେ ଏବଂ ଅନ୍ୟାନ୍ୟ 3ଟି ଆସନରେ ବିଜୟ ଲାଭ କରିଛନ୍ତି । 

ଜୁଲାନା ବିଧାନସଭା ଆସନରୁ ଜିତିଛନ୍ତି ରେସଲର ଭିନେଶ ଫୋଗଟ । ହରିୟାଣା ନିର୍ବାଚନ ପୂର୍ବରୁ  କଂଗ୍ରେସରେ ଯୋଗଦେଇ ରାଜନୈତିକ ମୌଦାନକୁ ଓହ୍ଲାଇଥିଲେ ଫୋଗଟ । ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ 5961 ଭୋଟରେ ହରାଇ ଫୋଗଟ ବିଜୟ ବାନା ଉଡାଇଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ବିଜୟ ଲାଭ କରିଛନ୍ତି । ଲଡଓ୍ବାଲ ଆସନରୁ ଲଢି 16ହଜାର 54ଭୋଟରେ ଜିତିଛନ୍ତି । ସେହିପରି ନିଖିଲ ମଦନ ବିଜେପିରୁ ଲଢି ବିଜୟ ଲାଭ କରିଛନ୍ତି । 29636 ଭୋଟରେ ହରାଇଛନ୍ତି କଂଗ୍ରେସର ସୁରନ୍ଦର ପନଓ୍ବାରଙ୍କୁ । ଗୁଡଗାଓଁରେ ବିଜେପି ପ୍ରାର୍ଥୀ ମୁକେଶ ଶର୍ମା ନିର୍ଦ୍ଦଳୀୟ ପ୍ରାର୍ଥୀ ନବୀନ ଗୋୟଲଙ୍କୁ 68045ଭୋଟରେ ହରାଇଛନ୍ତି । 

ଜାମ୍ମୁ କାଶ୍ନୀରରେ ଏନସି ମେଂଟକୁ ବହୁମତ ମିଳିଛି । 2024 ବିଧାନସଭା ନିର୍ବାଚନରେ ଜାମ୍ମୁକାଶ୍ମୀରରେ  ଜେକେଏନସି  42, ବିଜେପିକୁ 29 , କଂଗ୍ରେସକୁ 6, ପିଡିପିକୁ 3, ଆପ 1, ସିପିଆଇଏମ 1, ଜେପିସି 1 ଏବଂ ଅନ୍ୟାନ୍ୟକୁ ମିଳିଛି 7 ଆସନ । ଏଥି୍ସହ ଜାମ୍ମୁକାଶ୍ମୀରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲା । ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲା ଏହି ବଡ ଘୋଷଣା କରିଛନ୍ତି । 10ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀ ହେବେ ଓମାର ।  ଏଥର ନିର୍ବାଚନରେ ଓମାର ଅବଦୁଲା ଦୁଇଟି ଆସନରୁ ନିର୍ବାଚନ ଲଢିଛନ୍ତି । ବଡଗାମ ଓ ଗାନ୍ଦରବଲ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଦୁଇଟି ଆସନରୁ ସେ ବିଜୟ ଲାଭ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର... 
 

 

Sponsored
BJP will form the government for the third time in a row with a clear majority | Argus News