ରାଜ୍ୟ ନେତୃତ୍ଵଙ୍କୁ ଦିଲ୍ଲୀ ଡାକରା

ଅର୍ଗସ ବ୍ୟୁରୋ: ୨୪ ଲଢେଇ ପାଇଁ ଚଳଚଞ୍ଚଳ ଓଡିଶାର ରାଜନୀତି। 3 ଟି ରାଜ୍ୟରେ ବମ୍ପ ବିଜୟ ପରେ ଏବେ ଯୋଶରେ ଭରପୁର ବିଜେପି। ଦଳର ପରବର୍ତ୍ତି ଟାର୍ଗେଟ୍ ହୋଇପାରେ ଓଡ଼ିଶା । କେନ୍ଦ୍ରୀୟ ବିଜେପି ନେତୃତ୍ବଙ୍କର ଫୋକସ ଏବେ ଓଡ଼ିଶା ବିଜେପି ସଂଗଠନ ଉପରେ। କାରଣ ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ସହ ସମସ୍ତ ସାଂସଦ ଓ ବିଧାୟକଙ୍କୁ ଆସିଛି ଦିଲ୍ଲୀରୁ ଡାକରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଅନ୍ୟ ଶୀର୍ଷ ନେତୃତ୍ଵଙ୍କୁ ଭେଟିବ ଓଡିଶା ବିଜେପି ଟିମ୍ । ଆସନ୍ତା ୧୯ ତାରିଖରେ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ରାଜ୍ୟ ବିଜେପିର ଏକ ବଡ ଟିମ୍ । କୁହାଯାଉଛି ରାଷ୍ଟ୍ରୀୟ ରାଜଧାନୀରେ ବିଜେପି ପ୍ରସ୍ତୁତ କରିବ ଓଡ଼ିଶା ଦଖଲ ରଣନୀତି। ଆଗାମୀ ସାଧାରଣ ନିର୍ବାଚନ ନେଇ ରାଜ୍ୟ ବିଜେପି ନେତାଙ୍କୁ ବିଜୟମନ୍ତ୍ର ଦେଇପାରନ୍ତି ଦଳର ଶୀର୍ଷ ନେତୃତ୍ଵ । ଓଡିଶାରେ କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଅର୍ଥ ବାଟମାରଣା ଏବଂ ମୋଦି ସରକାଙ୍କ ଯୋଜନାକୁ ବିଜେଡି ସରକାର ନିଜ ବ୍ରାଣ୍ଡିଂ କରିବା ପ୍ରସଙ୍ଗ ଶୀର୍ଷ ନେତୃତ୍ଵଙ୍କୁ ଅବଗତ କରିବ ରାଜ୍ୟ ବିଜେପି ଟିମ୍ ।
ସେପଟେ ଛତିଶଗଡ଼ରେ ବିଜେପିର ବମ୍ପର ବିଜୟ ଏବଂ ଓଡ଼ିଶାର 15 ଲୋକସଭା ସହ 45 ପ୍ରତିଶତ ଭୋଟ୍ ଦଖଲ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି ପରେ ବିଜେଡି ଶିବିରରେ ଛନକା। ଦୁଇଦିନ ଧରି ପଶ୍ଚିମ ଓଡିଶାର ନେତାଙ୍କୁ ନେଇ ଚାଲିଛି ମାରାଥନ ବୈଠକ। ପଶ୍ଚିମ ଓଡିଶା ଭୋଟ ବ୍ୟାଙ୍କକୁ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେଡି। ଏ ସବୁ ଭିତରେ ମୋର୍ଚ୍ଚା ସମ୍ଭାଳିବାକୁ ବିଜେଡି ମୁଖିଆ ଖୁବଶୀଘ୍ର ପଶ୍ଚିମ ଓଡିଶା ଗସ୍ତରେ ଯାଉଥିବା ଚର୍ଚ୍ଚା ହେଉଛି। ଏପରିକି ପଶ୍ଚିମ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ କିଛି ବଡ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି ।
2୦୧୯ ନିର୍ବାଚନରେ 2 ନମ୍ବରରୁ ୧ ନମ୍ବର ବିରୋଧୀ ଦଳ ହୋଇଥିଲା ବିଜେପି । ୨୦୧୪ ପରେ ୨୦୧୯ରେ ଲ୍ୟାଣ୍ଡ ସ୍ଲାଇଡ ଭିକ୍ଟ୍ରି ସହ ପୁଣି ମୋଦିଙ୍କୁ ଶାସନ ଭାର ଦେଇଥିଲେ ଦେଶବାସୀ । ଓଡ଼ିଶାରେ ମଧ୍ୟ ବିଜେପିକୁ ୮ ଲୋକସଭା ଆସନ ସହ ୩୮.୩୭ ପ୍ରତିଶତ ଭୋଟ୍ ମିଳିଥିଲା। ବିଜେଡିର ଭୋଟହାର ଥିଲା ୪୨.୭୬ ପ୍ରତିଶତ ଏବଂ କଂଗ୍ରେସକୁ ମିଳିଥିଲା ମାତ୍ର ୧୪.୭୩ ପ୍ରତିଶତ ଭୋଟ୍ । ବିଜେଡି ଓ ବିଜେପି ମଧ୍ୟରେ ଥିଲା ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ। 2029ର ଏହି ଗ୍ୟାପକୁ କାଟି ଆଗକୁ ବଢିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ଏଥିସହ 3 ହିନ୍ଦୀଭାଷୀ ରାଜ୍ୟରେ ଯେଉଁଭଳି ମୋଦି ଗ୍ୟାରେଣ୍ଟି ବଳରେ ବୃହତ ବିଜୟ ହାସଲ କଲା ବିଜେପି ଓଡ଼ିଶାରେ ମଧ୍ୟ ମୋଦି ଗ୍ୟାରେଣ୍ଟି ଭରସାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଛି ଦଳ।
ଅଧିକ ପଢ଼ନ୍ତୁ ଦେଶ ଖବର: