Argus News - ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି : ୨୪ରେ ୧୫ ଲୋକସଭା ଜିତିବ ବିଜେପି
ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି : ୨୪ରେ ୧୫ ଲୋକସଭା ଜିତିବ ବିଜେପି
By: Sarbeswar Mohapatra
National, Odisha, Politics| Thu, Dec 14 | 8:50 am
Highlights
- ରାହୁଲ ଗାନ୍ଧିଙ୍କ ବ୍ରାଣ୍ଡରେ ରାଜନୀତି ଚାଲେନି
- ବିଜୟ ହେବାକୁ ହେଲେ ଗାଳି ଦେବା ଜରୁରୀ ନୁହେଁ
- ଏଥର ନିର୍ବାଚନରେ ରାଜ୍ୟ ବିଜେପି ପାଇବ ୪୫ ପ୍ରତିଶତ
- ୧୫ରୁ ଅଧିକ ଲୋକସଭାରେ ବାଜି ମାରିବ ଭାଜପା
ଅର୍ଗସ ବ୍ୟୁରୋ: ରାଜନୀତି କେମିତି ହୁଏ ? କେମିତି ଭୋଟରଙ୍କୁ ଆକୃଷ୍ଟ କରାଯାଏ (ALFA) ...ଏମିତିକି କେମିତି ବିଜୟ ରଣନୀତି ପ୍ରସ୍ତୁତ ହୁଏ ସେନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମିତିକି ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି ୪୫ ପ୍ରତିଶତ ଭୋଟ ପାଇବା ସହିତ ୧୫ରୁ ଅଧିକ ଲୋକସଭାରେ ବିଜୟ ହେବ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଭାରି ଚର୍ଚ୍ଚା ।
ନିର୍ବାଚନରେ ବିଜୟ ହେବାକୁ ହେଲେ ରାହୁଲ ଗାନ୍ଧିଙ୍କ ବ୍ରାଣ୍ଡ ହେବା ଜରୁରୀ ନୁହେଁ ବରଂ ଭଦ୍ର ଓ ନମ୍ର ବ୍ୟବହାର ଦେଖାଇଲେ ସ୍ଵମତ ଜନାଦେଶ ଆସିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାସହ ମୋଦିଙ୍କର ନମ୍ର ବ୍ୟବହାର ଓ ଲୋକାଭିମୁଖୀ ଯୋଜନା ଲାଗି ବିଜେପିର ବିଜୟ ହେଉଥିବା କହିଛନ୍ତି ଧର୍ମେନ୍ଦ୍ର ।
ଖାଲି ଏତିକି ନୁହେଁ ରାଜନୀତିରେ ୩ ମାସ ହିଁ ଯଥେଷ୍ଟ । କେବଳ ଗାଳି ନୁହେଁ ବରଂ ଭଦ୍ର ଓ ମିଠାମିଠା କଥା କହିଲେ ବିଜୟର ସ୍ଵାଦ ସମସ୍ତେ ଚାଖିବେ ବୋଲି କହିଛନ୍ତି । ଏହାସହ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ୧୫ଟି ଲୋକସଭା ଆସନରୁ କମ୍ ଜିତିବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଏପରିକି ରାଜ୍ୟ ବିଜେପିର ଭୋଟ୍ ପ୍ରତିଶତ ୪୫ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରିଛନ୍ତି ।
୨୦୧୪ ନିର୍ବାଚନରେ ବିଜେପିକୁ ମାତ୍ର ଗୋଟିଏ ଲୋକସଭା ଓ ୧୦ଟି ବିଧାନସଭା ଆସନ ମିଳିଥିଲା । ଲୋକସଭାରେ ବିଜେପି ୨୨ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଧାନସଭାରେ କମିଥିଲା ଭୋଟ୍ ପ୍ରତିଶତ । ୨୦୧୪ରେ ରାଜ୍ୟ ବିଜେପିକୁ ୧୮ପ୍ରତିଶତ ଭୋଟ୍ରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । କିନ୍ତୁ ୨୦୧୯ ବେଳକୁ ବିଜେପିର ଆସନ ଓ ଭୋଟ୍ ଉଭୟ ବଢ଼ିଥିଲା । ୮ଟି ଲୋକସଭା ଆସନ ବିଜୟ ସହ ୩୮ପ୍ରତିଶତ ଭୋଟ୍ ଏବଂ ରାଜ୍ୟ ବିଧାନସଭାରେ ୨୩ଟି ସିଟ୍ ସହ ୩୨ପ୍ରତିଶତ ଭୋଟ୍ ପାଇଥିଲା ବିଜେପି । ଏମିତିକି ଆଗାମୀ ୪ ମାସରେ ବିଜେପି ଜନାଦୃତ ହାସଲ କରିବ ବୋଲି ଧର୍ମେନ୍ଦ୍ର ଆକଳନ କରିଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସାଧାରଣ ନିର୍ବାଚନକୁ ମାତ୍ର ୪ ମାସ ଥିବା ବେଳେ ସବୁ ରାଜନୈତିକ ଦଳ ନିଜନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ଏତିକିବେଳେ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ ଧର୍ମେନ୍ଦ୍ର ଯେମିତି ଦମ୍ଭୋକ୍ତି ବାଢିଛନ୍ତି ତାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଭାରି ଚର୍ଚ୍ଚା ।
Sponsored By!
No ad found
Related Articles :