Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛତିଶଗଡ଼ ମହାନଗର ନିଗମ ନିର୍ବାଚନରେ BJPର ବିପୁଳ ବିଜୟ

National

ଛତିଶଗଡ଼ ମହାନଗର ନିଗମ ନିର୍ବାଚନରେ BJPର ବିପୁଳ ବିଜୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଛତିଶଗଡ଼ ମହାନଗର ନିଗମ ନିର୍ବାଚନରେ BJPର ବିପୁଳ ବିଜୟ

ଛତିଶଗଡ଼ରେ ପୋଛି ନେଲା ବିଜେପି । ଥଳକୂଳ ପାଇଲେନି ବିରୋଧୀ । ଆହୁରି ବଳିଆନ ହେଲା ବିଜେପି । ଛତିଶଗଡ଼ର ମହାନଗର ନିଗମ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି । ରାଜ୍ୟର ସମସ୍ତ ୧୦ଟି ମହାନଗର ନିଗମ ମେୟର ନିର୍ବାଚନରେ ଦଳ ବିଜୟୀ ହୋଇଛି। ଏହା ସହିତ ୩୫ ପୌରପାଳିକା ଏବଂ ୮୧ ନଗର ପଞ୍ଚାୟତରେ ମଧ୍ୟ ବିଜେପି ବାଜି ମାରିଛି। ସବୁଠାରୁ ବଡ଼ ବିଜୟ ରାୟପୁରରେ ମୀନାଲ ଚୌବେଙ୍କୁ ମିଳିଛି। ଚୌବେ ଦୀପ୍ତି ଦୁବେଙ୍କୁ ୧ ଲକ୍ଷ ୫୩ ହଜାରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ରାୟପୁର ମହାନଗର ନିଗମରେ ଏହା ହେଉଛି ସବୁଠାରୁ ବଡ଼ ବିଜୟ।

୧୫ ବର୍ଷ ଧରି ସେ ରାୟପୁରର କଂଗ୍ରେସ ମେୟର ଥିଲେ। ଏହାବ୍ୟତୀତ ଦୁର୍ଗ, ରାଜନାନ୍ଦଗାଓଁ, ବିଳାସପୁର, ଜଗଦଲପୁର, ଅମ୍ବିକାପୁର, ରାୟଗଡ଼ ଓ ଚିରମିରି ମହାନଗର ନିଗମ ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ରାଜ୍ୟରେ ବିଜେପି ପ୍ରତି ଲୋକେ ପୁଣି ପୂର୍ଣ୍ଣ ଭରସା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି।

ରାଜନନ୍ଦଗାଓଁ ମହାନଗର ନିଗମରେ ମେୟର ପଦ ପାଇଁ ହୋଇଥିବା ନିର୍ବାଚନରେ ବିଜେପିର ମଧୁସୂଦନ ଯାଦବ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନରେ ଯାଦବକୁ ମୋଟ ୬୨ ହଜାର ୫୧୭ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ନିଖିଲ ଦ୍ୱିବେଦୀଙ୍କୁ ମୋଟ ୨୧ ହଜାର ୩୭୯ ଭୋଟ୍ ମିଳିଛି।

ବିଜେପି ପ୍ରାର୍ଥୀ ଯାଦବ କଂଗ୍ରେସ ପ୍ରାର୍ଥୀ ଦ୍ୱିବେଦୀଙ୍କୁ ୪୧,୧୩୮ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା। ମଧୁସୂଦନ ଯାଦବ ଅତୀତରେ ସାଂସଦ ଓ ମେୟର ମଧ୍ୟ ଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭା ବାଚସ୍ପତି ଡକ୍ଟର ରମଣ ସିଂହଙ୍କ ଘନିଷ୍ଠ ବୋଲି ବିବେଚନା କରାଯାଏ। ଆଜି ନିର୍ବାଚନ ଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କ ସମର୍ଥନ ବିଜେପିକୁ ପୁଣି ଥରେ ଐତିହାସିକ ସଫଳତା ଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP wins big in Chhattisgarh urban body polls | Argus News