Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସମ୍ବଲପୁରରୁ ପ୍ରାର୍ଥୀ ହେଲେ ଧର୍ମେନ୍ଦ୍ର : ନାଚିଲେ ଶୁଭେଚ୍ଛୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସମ୍ବଲପୁରରୁ ପ୍ରାର୍ଥୀ ହେଲେ ଧର୍ମେନ୍ଦ୍ର : ନାଚିଲେ ଶୁଭେଚ୍ଛୁ

ଅର୍ଗସ ବ୍ୟୁରୋ :  ସମ୍ବଲପୁରରୁ ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରାର୍ଥୀ ଖବର ପାଇବା ପରେ ସମ୍ବଲପୁର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । କିଏ ବାଣଫୁଟାଇ ବାଜା ବଜାଇ ସ୍ଵାଗତ କରୁଛି ତ ଆଉ କିଏ ମିଠା ଖାଇ ମନାଉଛି ଖୁସି । ନେତାରୁ ସାଧାରଣ ଜନତା...ସମସ୍ତେ ନାଚି, ଗୀତ ଗାଇ ରଙ୍ଗ ଅବିର ବୋଳାବୋଳି ହୋଇ ଖୁସି ମନାଇଛନ୍ତି । ୨୦୧୪ ରେ ମୋଦି ସରକାରରେ ମନ୍ତ୍ରୀ ବନିବା ପରଠୁ ଦିଲ୍ଲୀରେ ଓଡ଼ିଶାର ସ୍ଵର ବନିଥିଲେ ଧର୍ମେନ୍ଦ୍ର ପ୍ରଧାନ । ସେଇଥି ଲାଗି ତ ରାଜ୍ୟ ଉପରେ କୌଣସି ସଂକଟ ଆସିଲେ ପ୍ରଥମେ ବାହାରି ଏହାର ସମାଧାନର ରାସ୍ତା ବାହାର କରିବାକୁ ଉଦ୍ୟମ କରିଆସିଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁଥି ଲାଗି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ କିଣିଛନ୍ତି ସ୍ଵତନ୍ତ୍ର ଜାଗା ।


କେନ୍ଦ୍ରମନ୍ତ୍ରୀ...ଓଡ଼ିଆ ପୁଅ । ସେଇଥି ଲାଗି ତ ଓଡ଼ିଆ ଅସ୍ମିତା ଓ ଗୌରବକୁ ଉପରକୁ ନେବାକୁ ସବୁବେଳେ ପ୍ରୟାସ କରନ୍ତି ଧର୍ମେନ୍ଦ୍ର । ଖାଲି ପ୍ରୟାସ କରନ୍ତି ତାହା ନୁହେଁ ବରଂ କାମରେ କରି ଦେଖାଇଛନ୍ତି ମଧ୍ୟ । ଆଉ ରବିବାର ରାତିରେ ଯେବେ ପ୍ରାର୍ଥୀ ଘୋଷଣା କଲା ବିଜେପି ସିଏ ପୁଣି ସମ୍ବଲପୁରରୁ ଧର୍ମେନ୍ଦ୍ର...ସେତେବେଳେ ଖୁସି ଥିଲା କିଛି ଏମିତି । 

ଏପଟେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଦରବାରରେ ମଥା ଟେକିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପବିତ୍ର ଦୋଳ ପୂର୍ଣ୍ଣିମାର ଭୋରରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କର ଆଶିଷ ଲୋଡିଥିଲେ । ଏହାପରେ ନିଜ ନିର୍ବାଚନ କ୍ଷେତ୍ର ସମ୍ବଲପୁର ଅଭିମୁଖେ ବାହାରିଥିଲେ ଧର୍ମେନ୍ଦ୍ର। ବାଟରେ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ସୌଭାଗ୍ୟ ଲଭିଥିଲେ କେନ୍ଦ୍ରମନ୍ତ୍ରୀ। ସେହିପରି ଅନୁଗୁଳର ଆରାଧ୍ୟା ମା' ହିଙ୍ଗୁଳାଙ୍କ ଚରଣରେ ଭକ୍ତି ନିବେଦନ କରିବାକୁ ମଧ୍ୟ ପହଞ୍ଚିଥିଲେ ଧର୍ମେନ୍ଦ୍ର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖାଲି ପୁରୀ କି ଭୁବନେଶ୍ଵରର ନୁହେଁ ବରଂ ସମ୍ବଲପୁର ସମେତ ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି, ଦେବଗଡ଼, ଆଠମଲ୍ଲିକ, ଛେଣ୍ଡିପଦା ସବୁଠି ଖୁସି ମନାଇବାକୁ ରାସ୍ତାକୁ ଓହ୍ଲାଇ ଆସିଥିଲେ ବିଜେପି କର୍ମୀ ଓ ନେତାଙ୍କ ସହ ସାଧାରଣ ଜନତା । ମୋଟ୍‌ ଉପରେ ସମ୍ବଲପୁରର ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ନା କେବଳ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛି ସାଧାରଣ ଜନତା ବି ଖୁସି। କାରଣ 2014ରେ କେନ୍ଦ୍ର ମନ୍ତ୍ରୀ ବନିବା ପରଠାରୁ ଏହି ଅଞ୍ଚଳର ବିକାଶ ପାଇଁ ଅନେକ କିଛି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଗକୁ ପ୍ରତ୍ୟକ୍ଷ ଭାବେ ଏଠାରୁ ଧର୍ମେନ୍ଦ୍ର ପ୍ରତିନିଧିତ୍ବ କଲେ ସମ୍ବଲପୁର ଜିଲ୍ଲାରେ ବିକାଶ କାର୍ଯ୍ୟ ଅଧିକ ଗତିଶୀଳ ହୋଇପାରିବ ବୋଲି ସମସ୍ତଙ୍କର ବିଶ୍ବାସ। କାରଣ ସମ୍ବଲପୁରକୁ ଆଇଆଇଏମ ଆଣିବା ହେଉ କିମ୍ବା ଆଇଆଇଏମରେ ରଙ୍ଗବତୀ ସେଣ୍ଟର ପ୍ରତିଷ୍ଠା। ସମ୍ବଲପୁରର ରିଙ୍ଗରୋଡ୍ ଓ ଫ୍ଲାଏଓଭର ନିର୍ମାଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। 


ମୋଟ୍‌ ଉପରେ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଇବା ଯୋଗୁଁ  ସବୁବେଳ ବିଜେଡିର ଟାର୍ଗେଟରେ ରହିଆସିଛନ୍ତି ଧର୍ମେନ୍ଦ୍ର । ହେଲେ ବିରୋଧୀଙ୍କ ସବୁ ଆକ୍ଷେପ ସବୁ ଅପବାଦ ଓ କଟୁ ସମାଲୋଚନାର ଉତ୍ତର ବିନମ୍ରତାର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।  2014ରେ ମୋଦି ସରକାରରେ ମନ୍ତ୍ରୀ ବନିବା ପରଠୁ ଦିଲ୍ଲୀରେ ଓଡ଼ିଶାର ସ୍ବର ବନିଥିଲେ ଧର୍ମେନ୍ଦ୍ର। 2014ରୁ 21 ରେକର୍ଡ 7 ବର୍ଷ ଧରି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିଅମ ମନ୍ତ୍ରାଳୟ ସମ୍ଭାଳିଥିଲେ ଧର୍ମେନ୍ଦ୍ର। ସେହିପିର ପ୍ରଥମ ଓଡ଼ିଆ ଭାବେ ଧର୍ମେନ୍ଦ୍ର ପ୍ରଧାନ ବାହାର ରାଜ୍ୟରୁ ଦୁଇ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ମଧ୍ୟ ଓଡ଼ିଶା ରାଜନୀତି ପାଇଁ ଏକ ବଡ଼ ଉପଲବ୍ଧି। ସେଥିପାଇଁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ଜାଣିବା ପରେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଭୋଟରଙ୍କ ମଧ୍ୟ ନୂଆ ଆଶା ସଂଚାର ହୋଇଛି।  
 

Sponsored
Dharmendra Pradhan | Argus News