Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 24 ମହାଲଢେଇ ପାଇଁ ବିଜେପିର ବଡ଼ ପ୍ରସ୍ତୁତି

National

24 ମହାଲଢେଇ ପାଇଁ ବିଜେପିର ବଡ଼ ପ୍ରସ୍ତୁତି

Smruti Parija
Browse all articles by Smruti Parija
·2 years ago·1 min read
24 ମହାଲଢେଇ ପାଇଁ ବିଜେପିର ବଡ଼ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ:  24 ନିର୍ବିାଚନରେ ଏନଡିଏର 400 ପାର୍ ନେଇ ପିଏମ ରଖିବାବା ଲକ୍ଷ୍ୟ ହାସଲ ଦିଗରେ ବିଜେପି ପ୍ରସ୍ତୁତ କରିଛି ରଣନୀତି। ଏନେଇ ଦିଲ୍ଲୀରେ ଦଳର ବିଭିନ୍ନ ରାଜ୍. ପ୍ରଭାରୀ ଓ ସହପ୍ରଭାରୀଙ୍କୁ ନେଇ ହୋଇଛି ମାନସମନ୍ଥନ। ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ଦେଇଛନ୍ତି ବିଜୟମନ୍ତ୍ର। ଏହା ମଧ୍ୟରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଏନଡିଏର 400 ପାର ଲକ୍ଷ୍ୟ ପୂରଣ ନେଇ ମିଳିଛି ସ୍ପଷ୍ଟ ସଂକେତ। ମୋଦି ସରକାରଙ୍କ ସପକ୍ଷରେ ଦେଶର ରହିଛି ଅନୁକୂଳ। ତେଣୁ ଏହି ଲକ୍ଷ୍ୟ ପୂରଣ ହେବା ନିଶ୍ଚିତ ବୋଲି ଦାବିର ସହ କହିଛନ୍ତି ଦେଶର ଜଣାଶୁଣା ସେଫୋଲୋଜିଷ୍ଟ ପ୍ରଦୀପ ଭଣ୍ଡାରୀ। 

ଆସନ୍ତା ମାର୍ଚ୍ଚ 13 ତାରିଖ ପରେ ନିର୍ବାଚନ ତାରିଖ ଘୋଷଣାର ସମ୍ଭାବନା ଥିବାରୁ ସବୁ ରାଜ୍ୟରେ ସାଙ୍ଗଠନିକ ସ୍ଥିତିକୁ ମଜଭୁତ କରିବାକୁ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ପରାମର୍ଶ ଦେଇଛନ୍ତି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସ ଭବନରେ ହୋଇଥିବା ବୈଠକରେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର ଓଡ଼ିଶାରେ ଦଳର ସ୍ଥିତି ନେଇ ଅଧ୍ୟକ୍ଷଙ୍କୁ ଦେଇଛନ୍ତି ରିପୋର୍ଟ। ବିଜେପି ଓଡ଼ିଶାରେ ପୂର୍ବଅପେକ୍ଷା ଅଧିକ ଲୋକସଭା ଆସନ ଜିତିବା ସହ ଦଳର ଭୋଟ୍ ପ୍ରତିଶତ 40 ପ୍ରତିଶତ ପାର କରିବ ବୋଲି ବିଭିନ୍ ଜନମତ ସର୍ଭେ ଆକଳନ କରିଛନ୍ତି। ଓଡିଶାରେ ମୋଦିଙ୍କର ପ୍ରବଳ ଲୋକପ୍ରିୟତା ରହିଛି ଯାହାକି ବିରୋଧୀଙ୍କ ଉପରେ ଭାରୀ ପଡ଼ିବ ବଲି କହିଛନ୍ତି ଜନ କୀ ବାତର ପ୍ରତିଷ୍ଠାତା ପ୍ରଦୀପ ଭଣ୍ଡରୀ। 

ସେଫୋଲୋଜିଷ୍ଟଙ୍କ ଆକଳନ କହୁଛି ଏଥର ମୋଦି ଲହର ନୁହେଁ ଦେଶରେ ଦେଖିବାକୁ ମିଳିବ ମୋଦି ସୁନୀମୀ। ଯାହା ବିରୋଧ ପକ୍ଷଙ୍କ ସତ୍ତା ହଜାଇଦେବ। ଏଭଳି ସ୍ଥିତିରେ ମୋଦି ସୁନାମୀକୁ କେମିତି ରୋକିବେ ଇଣ୍ଡି ଆଲାଏନ୍ସର ଧୁରନ୍ଧର ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP's big preparation for 2024-election | Argus News