ତଦନ୍ତ ପାଇଁ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କୋଲକାତା ଯିବେ

Key Points
କୋଲକାତାରେ ଆଇନ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା
ତଦନ୍ତ ପାଇଁ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କୋଲକାତା ଯିବେ
ପଶ୍ଚିମବଂଗରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା ସହ ପୀଡିତାଙ୍କ ପରିବାରକୁ ଭେଟିବେ ଚାରି ଜଣିଆ ଟିମ୍
ଆଇନ୍ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ ଆଜି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କୋଲକାତା ଯିବେ । ଏଥିସହ ଚାରି ଜଣିଆ ଟିମ୍ ପଶ୍ଚିମବଂଗର ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିବେ । କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତପାଲ୍ ସିଂ, ମୀନାକ୍ଷୀ ଲେଖି, ଲୋକସଭା ସାଂସଦ ବିପ୍ଳବ କୁମାର ଦେବ ଓ ରାଜ୍ୟସଭା ସାଂସଦ ମନନ କୁମାର ମିଶ୍ର ରହିଛନ୍ତି । କମିଟି ସଦସ୍ୟମାନେ ପୀଡିତାଙ୍କ ପରିବାରକୁ ମଧ୍ୟ ଭେଟିବେ। ପଶ୍ଚିମବଂଗରେ ମହିଳା ମାନେ ସୁରକ୍ଷିତ ନୁହନ୍ତି । ଗତବର୍ଷ ଆରଜି କର ମେଡିକାଲରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ପୁଣି ସେଭଳି ଘଟଣାର ପୁନରାବୃତ୍ତି ହୋଇଛି । ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଟିଏମସି ନେତା ମାନେ ଯେଭଳି ବୟାନ ଦେଉଛନ୍ତି ତାହା ସେମାନଙ୍କ ମାନସିକତା ଦର୍ଶାଉଛି ।
ଜୁନ ୨୫ ତାରିଖ ଅପରାହ୍ନରେ ପୀଡ଼ିତାଙ୍କୁ ବଳପୂର୍ବକ ଗାର୍ଡ ରୁମକୁ ନିଆଯାଇଥିବାର ଚିତ୍ର ସାମ୍ନାକୁ ଆସିଛି । ସୂଚନା ମୁତାବକ ଏହି ସିସିଟିଭି ଫୁଟେଜରେ ୩ ଅଭିଯୁକ୍ତ ଓ ସୁରକ୍ଷା କର୍ମୀ ସ୍ପଷ୍ଟ ଦେଖାଯାଉଛନ୍ତି । ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲା ରୁଜ୍ଜୁ କରି ସ୍ୱତଃ ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ଆସନ୍ତା ତିନି ଦିନ ମଧ୍ୟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ଲାଗି ମହିଳା କମିଶନ କୋଲକାତା ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ସହ ମମତା ବନାର୍ଜୀଙ୍କ ଇସ୍ତଫା ଦାବି କରିଛି ବିଜେପି ।