|
logo
Live

Argus News - ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ: ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାୟବ ସୈନୀ

National

ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ: ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାୟବ ସୈନୀ

Ritu Das
Browse all articles by Ritu Das
·1 year ago·2 min read
ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ: ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାୟବ ସୈନୀ

ଅର୍ଗସ ବ୍ୟୁରୋ: ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ । ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାଯବ ସୈନୀ । ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରି ପୁଣି ସରକାର ଗଢିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନାୟବ ସୈନୀଙ୍କ ନେତୃତ୍ବରେ ବିଜେପିର ସରକାର ଗଠନ ହେବ ହରିୟାଣାରେ । ୨୦୨୪ ବିଧାନସଭା ନିର୍ବାଚନରେ ହରିଆଣାରେ ମୋଟ ୯୦ ଆସନ ପାଇଁ ଲଢେଇ ହେଉଥିଲା। ୯୦ ଆସନ ମଧ୍ୟରୁ ବିଜେପିକୁ ସର୍ବାଧିକ ୫୦ ଆସନରେ ବିଜୟ ମିଳିଛି । କଂଗ୍ରେସ ଖାତାକୁ ଯାଇଛି ୩୫ ଆସନ । ଆପ ଖାତା ଖୋଲିପାରିନଥିବା ବେଳେ ଜନନାୟକ ଜନତା ପାର୍ଟି, ଜେଜେପି କୌଣସି ଆସନରେ ବିଜୟ ଲାଭ କରିନାହିଁ । ଆଇଏନଏଲଡି 2ଟି ଆସନରେ ଏବଂ ଅନ୍ୟାନ୍ୟ 3ଟି ଆସନରେ ବିଜୟ ଲାଭ କରିଛନ୍ତି । 

ଜୁଲାନା ବିଧାନସଭା ଆସନରୁ ଜିତିଛନ୍ତି ରେସଲର ଭିନେଶ ଫୋଗଟ । ହରିୟାଣା ନିର୍ବାଚନ ପୂର୍ବରୁ  କଂଗ୍ରେସରେ ଯୋଗଦେଇ ରାଜନୈତିକ ମୌଦାନକୁ ଓହ୍ଲାଇଥିଲେ ଫୋଗଟ । ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ 5961 ଭୋଟରେ ହରାଇ ଫୋଗଟ ବିଜୟ ବାନା ଉଡାଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ବିଜୟ ଲାଭ କରିଛନ୍ତି । ଲଡଓ୍ବାଲ ଆସନରୁ ଲଢି 16ହଜାର 54ଭୋଟରେ ଜିତିଛନ୍ତି। ସେହିପରି ନିଖିଲ ମଦନ ବିଜେପିରୁ ଲଢି ବିଜୟ ଲାଭ କରିଛନ୍ତି । 29636 ଭୋଟରେ ହରାଇଛନ୍ତି କଂଗ୍ରେସର ସୁରନ୍ଦର ପନଓ୍ବାରଙ୍କୁ । ଗୁଡଗାଓଁରେ ବିଜେପି ପ୍ରାର୍ଥୀ ମୁକେଶ ଶର୍ମା ନିର୍ଦ୍ଦଳୀୟ ପ୍ରାର୍ଥୀ ନବୀନ ଗୋୟଲଙ୍କୁ 68045ଭୋଟରେ ହରାଇଛନ୍ତି । 

ଜାମ୍ମୁ କାଶ୍ନୀରରେ ଏନସି ମେଂଟକୁ ବହୁମତ ମିଳିଛି । 2024 ବିଧାନସଭା ନିର୍ବାଚନରେ ଜାମ୍ମୁକାଶ୍ମୀରରେ  ଜେକେଏନସି  42, ବିଜେପିକୁ 29 , କଂଗ୍ରେସକୁ 6, ପିଡିପିକୁ 3, ଆପ 1, ସିପିଆଇଏମ 1, ଜେପିସି 1 ଏବଂ ଅନ୍ୟାନ୍ୟକୁ ମିଳିଛି 7 ଆସନ । ଏଥିସହ ଜାମ୍ମୁକାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲା । ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲା ଏହି ବଡ ଘୋଷଣା କରିଛନ୍ତି । 10ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀ ହେବେ ଓମାର । 
ଏଥର ନିର୍ବାଚନରେ ଓମାର ଅବଦୁଲା ଦୁଇଟି ଆସନରୁ ନିର୍ବାଚନ ଲଢିଛନ୍ତି । ବଡଗାମ ଓ ଗାନ୍ଦରବଲ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଦୁଇଟି ଆସନରୁ ସେ ବିଜୟ ଲାଭ କରିଛନ୍ତି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ: ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାୟବ ସୈନୀ | Argus News