Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଜାରି ହେଲା ବିଜେପିର ପ୍ରାର୍ଥୀ ତାଲିକା 

National

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଜାରି ହେଲା ବିଜେପିର ପ୍ରାର୍ଥୀ ତାଲିକା 

Manini Pattanayak
Browse all articles by Manini Pattanayak
·1 year ago
ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଜାରି ହେଲା ବିଜେପିର ପ୍ରାର୍ଥୀ ତାଲିକା 

ନୂଆଦିଲ୍ଲୀ:  ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଜାରି ହେଲା ବିଜେପିର ପ୍ରାର୍ଥୀ ତାଲିକା। ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ଦଳ। 99 ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି। ତାଲିକା ଭୁକ୍ତ 99 ନାଁ ଭିତରୁ 89 ସିଟିଂ MLAଙ୍କ ଉପରେ ଭରସା କରିଛି ଦଳ। ନାଗପୁରରୁ ଦକ୍ଷିଣ-ପଶ୍ଚିମ ଆସନରେ ଲଢ଼ିବେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଜ୍। କାମଠୀ ଆସନରୁ ନିର୍ବାଚନ ଲଢ଼ିବେ ଚନ୍ଦ୍ରଶେଖର କ୍ରିଷ୍ଣାରାଓ।

ଜଲଗାଓଁ ସିଟିରୁ ସୁରେଶ ଧାମୁ ଭୋଲେଙ୍କୁ ଟିକେଟ ଦେଇଛି ଦଳ। ସେହିପରି ନାଗପୁର ଦକ୍ଷିଣରୁ ମୋହନ ଗୋପାଳରାଓ, ନାଗପୁର ପୂର୍ବରୁ କ୍ରିଷ୍ଣା ପଞ୍ଚମ, ଭୋକରରୁ ଶ୍ରୀଜୟା ଅଶୋକ ଚହ୍ବାନଙ୍କୁ ଟିକେଟ୍ ଦେଇଛି ଦଳ। ଗତକାଲି ବିଜେପି ପକ୍ଷରୁ ଝାଡ଼ଖଣ୍ଡରେ 66 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଆଜି ମହାରାଷ୍ଟ୍ରରେ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJP's list of candidates for the Maharashtra assembly elections has been released. The party has released the first list of candidates. | Argus News