ସେପ୍ଟେମ୍ବର ୨ ରୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ

ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର ୨ ରୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଏହି ଅଭିଯାନ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେବ । ଏହା ପୂର୍ବରୁ ଅଗଷ୍ଟ ୧୭ରେ ଦଳର ଅଧକ୍ଷ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧକ୍ଷତାରେ ଏକ ମେମ୍ପରସିପ୍ ୱାର୍କସପ୍ ଅନୁଷ୍ଠିତ ହୋଇଥିଲା ।
ସେପ୍ଟେମ୍ବର 2 ରେ ସମସ୍ତ ସଦସ୍ୟଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଦଳର ସଭାପତି ସଦସ୍ୟତା ପ୍ରଦାନ କରିବେ । 2014 ପର୍ଯ୍ୟନ୍ତ, ଚାଇନାର କମ୍ୟୁନିଷ୍ଟ ପାର୍ଟି ଦୁନିଆର ସବୁଠୁ ବଡ ରାଜନୈତିକ ଦଳ ଥିଲା । କିନ୍ତୁ ବିଜେପିର 11 କୋଟି ସଦସ୍ୟ ହେବା ପରେ ବର୍ତ୍ତମାନ ଏହା ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ହୋଇଛି ବୋଲି ଆଜି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ । ବିଜେପି ଦ୍ୱାରା ଏହି ସଦସ୍ୟତା ଡ୍ରାଇଭର ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର 25 ରେ ଶେଷ ହେବ ।
ଆହୁରି ପଢନ୍ତୁ ଭାରତ ଖବର...