Bihar Election / ନାଁ ଛୋଟି କୁମାରୀ, ହେଲେ ବଡ଼ ବଡ଼ିଆଙ୍କ ଅଙ୍କ ବିଗାଡ଼ିଦେଲେ

Key Points
୨୦୨୫ ବିହାର ନିର୍ବାଚନର ସବୁଠାରୁ ରୋମାଞ୍ଚକର ଏବଂ ଆଶ୍ଚର୍ଯ୍ୟଜନକ ଫଳାଫଳ ଛାପରା ଆସନରେ ଦେଖିବାକୁ ମିଳିଛି । ଗୋଟିଏ ପଟେ ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରି ଲାଲ ଯାଦବଙ୍କ ଷ୍ଟାରଡମ୍ ଥିଲା, ଅନ୍ୟପଟେ ବିଜେପିର ଯୁବ ଏବଂ ତୃଣମୂଳ ସ୍ତରର ନେତା ଛୋଟି କୁମାରୀ ଥିଲେ। ଫଳାଫଳ ହେଲା ଯେ ଛୋଟି କୁମାରୀ ଖେସାରି ଲାଲ ଯାଦବଙ୍କୁ ପରାସ୍ତ କରିଥିଲେ, ଯାହା ଫଳରେ ଏହି ଆସନଟି ସମଗ୍ର ବିହାରରେ ଆଲୋଚନାର ବିଷୟ ପାଲଟିଥିଲା।
ଖେସାରି କାହିଁକି ହାରିଲେ?
ଛାପରା ଆସନରେ ଛୋଟି କୁମାରୀଙ୍କ ବିଜୟ ପୁରା ବିହାରରେ ଖୁବ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ସେ ଜଣେ ବଡ଼ ସେଲିବ୍ରିଟି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ଛୋଟି କୁମାରୀଙ୍କ ବିଜୟ ପ୍ରମାଣିତ କରିଛି ଯେ ନିର୍ବାଚନରେ ତୃଣମୂଳସ୍ତରର କାମ ଏବଂ ସ୍ଥାନୀୟ ଲୋକଙ୍କ ସହ ଯୋଡ଼ି ହୋଇ ରହିବା, ବଡ଼ ଷ୍ଟାରଡମ୍ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଛୋଟି କୁମାରୀ କିଏ ?
ଛାପରା ଆସନକୁ ଗତ ୧୫ ବର୍ଷ ଧରି ବିଜେପି ଗଡ଼ ଭାବରେ ବିବେଚନା କରାଯାଉଛି। ୨୦୨୦ରୁ ବିଧାୟକ ଥିବା ଡକ୍ଟର ସି.ଏନ୍. ଗୁପ୍ତାଙ୍କୁ ଟିକେଟ୍ କାଟି ବିଜେପି ଛୋଟି କୁମାରୀଙ୍କ ଉପରେ ଭରସା କରିଥିଲା । ଆଉ ସେହି ଭରସା ଓ ବିଶ୍ୱାସକୁ ଛୋଟି କୁମାରୀ ଭାଙ୍ଗିବାକୁ ଦେଇ ନାହାନ୍ତି । ଦଳର ଆଶା ପୂରଣ କରିଛନ୍ତି ଏବଂ ଏହି ସମ୍ମାନଜନକ ଆସନରେ ପୁଣି ଥରେ ବିଜେପି ବିଜୟୀ କରାଇଛନ୍ତି ।
୩୫ ବର୍ଷୀୟା ଛୋଟି କୁମାରୀ ରାଜନୀତିରେ ସମ୍ପୂଣ୍ଣ ନୂଆ । ଏହା ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ ଥିଲା। ସେ ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି । ଏହାସହ ସେ ସମାଜିକ କାର୍ଯ୍ୟକ୍ରମରେ ସବୁବେଳେ ସକ୍ରିୟ ଅଛନ୍ତି। ସେ ମାତ୍ର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ତାଙ୍କର ସମ୍ପତ୍ତି ₹1.4 କୋଟିର ବୋଲି ଦର୍ଶାଇଛନ୍ତି ।
📱 Get Argus News App
✨Related Topics
Explore more stories