ଅପରେସନ ସିନ୍ଦୂରକୁ ନେଇ ରାହୁଲ ଗାନ୍ଧିଙ୍କ ଉପରେ ବିଜେପିର ପୋଷ୍ଟର ଆକ୍ରମଣ

Key Points
ରାହୁଲ ଗାନ୍ଧି ନୂଆ ଯୁଗର 'ମୀରଜାଫର’
`ପାକିସ୍ତାନର ଭାଷା କହୁଛନ୍ତି ରାହୁଲ ଗାନ୍ଧି’
ଅପରେସନ ସିନ୍ଦୂରକୁ ନେଇ ରାହୁଲ ଗାନ୍ଧିଙ୍କ ଉପରେ ବିଜେପିର ପୋଷ୍ଟର ଆକ୍ରମଣ
ସେପଟେ ଅପରେସନ ସିନ୍ଦୂରକୁ ଛୋଟ ମୋଟ ଯୁଦ୍ଧ କହିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ
ଅପରେସନ ସିନ୍ଦୂରକୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରି ଏବେ ବିଜେପି ଟାର୍ଗେଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବିଜେପି ପକ୍ଷରୁ ରାହୁଲଙ୍କ ବିରୋଧରେ କରାଯାଇଛି ପୋଷ୍ଟର ୱାର୍ । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବୀୟ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ସେୟାର କରିଛନ୍ତି ଏ ଦୁଇଟି ପୋଷ୍ଟର । ଗୋଟିଏରେ ରାହୁଲ ଗାନ୍ଧି ଓ ପାକିସ୍ତାନୀ ସେନା ମୁଖ୍ୟ ଆସିଫ ମୁନୀରଙ୍କର ଅଧା ଅଧା ଫଟୋ ରହିଛି । ଆଉ ଏକ ପୋଷ୍ଟରରେ ରହିଛି ରାହୁଲ ଗାନ୍ଧି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କେରିକେଚର ।
ଶେହବାଜଙ୍କ ପିଠି ଉପରେ ଛିଡ଼ା ହୋଇଛନ୍ତି ରାହୁଲ ଗାନ୍ଧି । ଭାରତୀୟ ସୈନିକ ପ୍ରତିଷ୍ଠାନ ଆଡ଼କୁ ଚାହିଁ ପଚାରୁଛନ୍ତି, ଆମେ କେତେ ଲଢୁଆ ବିମାନ ହରାଇଲେ । ପୋଷ୍ଟର ସହ ଅମିତ୍ ମାଲବୀୟ ଲେଖିଛନ୍ତି ରାହୁଲ ଗାନ୍ଧି ବର୍ତ୍ତମାନ ସମୟର ମୀରଜାଫର । ସେ ପାକିସ୍ତାନର ଭାଷା କହୁଛନ୍ତି । ବିଜେପି କହିଛି, ଅପରେସନ ସିନ୍ଦୂର ନେଇ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ବଦଳରେ ରାହୁଲ ଗାନ୍ଧି ଭାରତର ହୋଇଥିବା କ୍ଷୟକ୍ଷତି ବାବଦରେ ପ୍ରଶ୍ନ କରୁଛନ୍ତି । ଯାହା ଦୁର୍ଭାଗ୍ୟଜନକ।
କେବଳ ରାହୁଲ ଗାନ୍ଧି ନୁହେଁ ଅପରେସନ ସିନ୍ଦୂରକୁ ନେଇ ଆଉ ଏକ ବଡ଼ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ତାମିଲନାଡୁର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଖଡ଼ଗେ କହିଛନ୍ତି ଅପରେସନ ସିନ୍ଦୂର ଥିଲା ଏକ ଛୋଟ ମୋଟ ଯୁଦ୍ଧ। ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୈତିକ ଘମାସାନ। କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛି ବିଜେପି।
📱 Get Argus News App
✨
ଗତ ତିନି ଦିନ ଧରି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ଏକ ବୟାନକୁ ସୋସିଆଲ ମିଡିଆରେ ପୋଷ୍ଟ କରି ରାହୁଲ ଗାନ୍ଧି ବି ସମାନ ପ୍ରଶ୍ନ କରିଆସୁଥିଲେ। ଭାରତ ସରକାର ଅପରାଧ କରିଥିବା କଥା କହିଲେ ରାହୁଲ । ତାର ବି କଡ଼ା କାଉଣ୍ଟର କରିଥିଲା ବିଜେପି।