Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରକ୍ତମୁଖା ଆତଙ୍କବାଦୀ, କେବେଠୁ କରୁଥିଲା ପ୍ଲାନ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରକ୍ତମୁଖା ଆତଙ୍କବାଦୀ, କେବେଠୁ କରୁଥିଲା ପ୍ଲାନ?

ଜମ୍ମୁ-କଶ୍ମୀର ବୈସାରନ ଦ୍ୱୀପ ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇପଡ଼ିଛି । କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ପହଲଗାମ୍‌ ଜିଲ୍ଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏ ଆକ୍ରମଣ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ ବା ଟିଆରଏଫ୍ ପକ୍ଷରୁ ହୋଇଥିବା ଦାବି କରାଯାଇଛି । ମଙ୍ଗଳବାର ପହଲଗାମରେ ମୃତ୍ୟୁର ବିଭୀଷିକା ରଚିଛନ୍ତି ଆତଙ୍କବାଦୀ। ଧର୍ମ ପଚାରି ମାରିଲେ ଗୁଳି। ଏ ହୃଦୟ ବିଦାରକ ଘଟଣା ଛାତି ଥରାଇ ଦେଇଛି ସମସ୍ତଙ୍କର। କି ଦୋଷ କରିଥିଲେ ସେମାନେ ? ସେମାନଙ୍କର ଦୋଷ କେବଳ ଏତିକି ସେମାନେ ହିନ୍ଦୁ ଥିଲେ। ଏହି ଆକ୍ରମଣରେ ୨୬ ଜଣଙ୍କ ପ୍ରାଣ ଚାଲିଯାଇଥିବାବେଳେ, ସେଥିରେ କିଛି ଓଡିଆ ମଧ୍ୟ ଥିଲେ।


ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଙ୍ଗଠନ ଲକ୍ସର-ଇ-ତୋଇବାର ଏହା ହେଉଛି ଏକ ଶାଖା । ୨ଟିଯାକ ଆତଙ୍କୀ ଗୋଷ୍ଠୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପଛରେ ଦାୟି ବୋଲି ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି । ଏହି ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଏକ୍ସର-ଇ ତୋଇବାର ଡେପୁଟି ଚିଫ୍ ସୈଫୁଲାହ ଖାଲିଦ ଓରଫ୍ ସୈଫୁଲାହ କସୁରି ବୋଲି ଜଣାପଡ଼ିଛି । ଭାରତର ଶତ୍ରୁ ହାଫିଜ ସଇଦର ଖୁବ୍ ଖାସ୍ ହେଉଛି ଖାଲିଦ । ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ତା’ର ସମ୍ପୃକ୍ତି ରହିଛି । ଆତଙ୍କୀ ହମଲା ପାଇଁ ଜାଣନ୍ତୁ କେବେଠାରୁ କରୁଥିଲା ପ୍ଲାନ ଆତଙ୍କୀ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bloodthirsty-terrorist-when-did-he-start-planning | Argus News