Videos
|
National

ପହଲଗାମ ହାମଲାର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପହଲଗାମ ହାମଲାର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ

ପହଲଗାମ ହାମଲାର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ । ପାକ୍‌ ବିରୋଧରେ ବଡ଼ ଆକ୍ସନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ବାୟୁସେନା ଚିଫ୍ ଏୟାର ମାର୍ଶଲ ଅମରପ୍ରୀତ୍ ସିଂହ । ଏହାପୂର୍ବରୁ ଶନିବାର ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । କୁଟନୈତିକ ସ୍ତରରେ ଭାରତର ଏକାଧିକ ବଡ଼ ପଦକ୍ଷେପ ପାକିସ୍ତାନର ଅଣ୍ଟା ଭାଙ୍ଗୁଥିବାବେଳେ ସେନାମୁଖ୍ୟଙ୍କ ସହ ମୋଦିଙ୍କ ବୈଠକ ହଜାଇଛି ଆତଙ୍କୀ ଫ୍ରାକ୍ଟ୍ରିର ନିଦ । କୌଣସି ବି ମୁହୂର୍ତ୍ତରେ ହୋଇପାରେ ବଡ଼ ଧରଣର ମିଲିଟାରୀ ଆକ୍ସନ ।


ସେପଟେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ବିଏସଏଫ ଜଣେ ପାକ୍ ରେଞ୍ଜରକୁ ଗିରଫ କରିବାରେ ସଫଳ ହୋଇଛି । ଏପଟେ ଭାରତୀୟ ସେନା ସହ ଜଡ଼ିତ ସମ୍ବେଦନଶୀଳ ସୂଚନା ଲିକ୍ କରୁଥିବା 2 ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛନ୍ତି । ପଳକ୍ଷର ମାସି ଓ ସୁରଜ ମାସି ଭାବରେ ଚିହ୍ନଟ ହୋଇଥିବା 2 ଗୁପ୍ତଚରଙ୍କୁ ଭାରତ-ପାକ୍ ସୀମା ନିକଟବର୍ତ୍ତୀ ଅଜନଲାରେ ଗିରଫ କରିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Blueprint being prepared for revenge for Pahalgam attackers | Argus News