Delhi BMW crash ; ପୁଅ କହିଲେ , ଦୂର ହସ୍ପିଟାଲକୁ ନେବାରୁ ଚାଲିଗଲା ବାପାଙ୍କ ଜୀବନ

Key Points
ସେମାନେ ଜାଣିଶୁଣି ନିଜ ହସ୍ପିଟାଲକୁ ନେଲେ , ବିଳମ୍ବ ହେବାରୁ ଚାଲିଗଲେ ବାପା । କିଛି ଏମିତି କହି ନିଜ ମନର ଦୁଃଖ ହୋଇଛନ୍ତି ନଭ୍ନୁର ସିଂ । ଦିଲ୍ଲୀର ବିଏମଡବ୍ଲ୍ୟୁ (BMW) ଧକ୍କା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ପାଖ ହସ୍ପିଟାଲକୁ ନେଇଥିଲେ ହୁଏତ ବାପା ବଞ୍ଚି ଯାଇଥାନ୍ତେ । ସେମାନେ ଜାଣିଶୁଣି ନିଜ ହସ୍ପିଟାଲକୁ ନେଲେ , ବିଳମ୍ବ ହେବାରୁ ଚାଲିଗଲେ ବାପା । କିଛି ଏମିତି କହି ନିଜ ମନର ଦୁଃଖ ପ୍ରକାଶ କରିଛନ୍ତି ନଭ୍ନୁର ସିଂ । ଦିଲ୍ଲୀର ବିଏମଡବ୍ଲ୍ୟୁ (BMW) ଧକ୍କା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ରବିବାର ଦିନ ବରିଷ୍ଠ ଅର୍ଥ ମନ୍ତ୍ରଣାଳୟ ଅଧିକାରୀ ନଭଜ୍ୟୋତି ସିଂ ନିଜ ପତ୍ନୀଙ୍କ ସହ ବାଇକ ଯୋଗେ ଘରକୁ ଫେରୁଥିଲେ । ପଛପଟୁ ବିଏମଡବ୍ଲ୍ୟୁ (BMW) ଯୋଗେ ଅନ୍ୟ ଏକ ଦମ୍ପତ୍ତି ଆସୁଥିଲେ । ସୂଚନା ମୁତାବକ ସେମାନେ ବ୍ୟବସାୟିକ ଦମ୍ପତ୍ତି ଥିଲେ । କାର ଚଲାଉଥିବା ମହିଳା ଜଣକ ଥିଲେ ୩୮ ବର୍ଷୀୟ ଗଗନପ୍ରୀତ କୌର ଏବଂ ପଛ ସିଟ୍ରେ ବସିଥିଲେ ସ୍ଵାମୀ ପରୀକ୍ଷୀତ କୌର । ସେମାନେ ଏହି ବାଇକକୁ ଓଭରଟେକ୍ କରି ଯିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ତାଙ୍କ କାର୍ ବାଇକ ସହ ଧକ୍କା ହୋଇ ଆଗରେ ବସ୍ ସହ ପିଟି ଓଲଟି ପଡିଥିଲା । ଯାହା ଫଳରେ କାରର ଆଗଭାଗ, ତାର, ମିରର ଆଦି ଭାଙ୍ଗି ଯାଇଥିଲା । ହେଲ ଦମ୍ପତ୍ତି ଅଳ୍ପମାତ୍ରାରେ ଆହତ ହୋଇଥିଲେ ।
ହେଲେ ପଛରେ ବାଇକରେ ଆସୁଥିବା ନଭଜ୍ୟୋତି ସିଂ ଏବଂ ପତ୍ନୀ ଗୁରୁତର ଆହତ ହୋଇଥିଲେ । ତେବେ ଏହି ବ୍ୟବସାୟିକ ଦମ୍ପତ୍ତି ତାଙ୍କୁ ଟ୍ୟାକ୍ସି ଯୋଗେ ପାଖ ହସ୍ପିଟାଲକୁ ନଆଣି ସେଠାରୁ ୧୯ କିଲୋମିଟର ଦୂର GTB ନଗରର ଏକ ହସ୍ପିଟାଲକୁ ନେଇଥିଲେ । ସୂଚନା ମୁତାବକ ସେହି ହସ୍ପିଟାଲର ମାଲିକ ଗଗନପ୍ରୀତଙ୍କ ବାପା ଅଟନ୍ତି ।
ତେବେ ସେଠାରେ ପହଞ୍ଚିବା ବେଳେ ନଭଜ୍ୟୋତିଙ୍କ ମୁଣ୍ଡରେ ଅଧିକ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ପତ୍ନୀଙ୍କୁ ଗୁରୁତର ଆହତ ଭାବେ ଆଇସିୟୁକୁ ନିଆଯାଇଥିଲା । ତେବେ କିଛି ସମୟ ପରେ ସେହି ହସ୍ପିଟାଲରେ ପହଞ୍ଚିଥିଲେ ନଭଜ୍ୟୋତିଙ୍କ ପୁଅ ନଭ୍ନୁର ସିଂ । ସେ କହିଥିଲେ, "ଏମିତି ଅବସ୍ଥାରେ ଦୂର ହସ୍ପିଟାଲକୁ ନଆଣି ପାଖ ହସ୍ପିଟାଲକୁ ନେଇଥିଲେ ହୁଏତ ବାପା ବଞ୍ଚିଯାଇଥାନ୍ତ । ମତେ ଫୋନ ଆସିବା ବେଳେ ମୁଁ ଭାବିଥିଲି ଛୋଟ ଦୁର୍ଘଟଣାଟିଏ ହୋଇଥିବା । କାରଣ ବାପା ଜଣେ ଭଲ ଗାଡି ଚଲାଳି । ହେଲେ ଏଠି ଆସି ଦେଖୁଛି ବାପା ଚାଲି ଯାଇଛନ୍ତି ।"
ସେପଟେ ଗଗନପ୍ରୀତଙ୍କ ନାଁରେ ୨୮୧, 125B , ୧୦୫ , ୨୩୮A ଧାରାରେ ଅଭିଯୋଗ ଦାଖଲ କରାଯାଇ ତାଙ୍କୁ ଗିରଫ କରାଯାଇଛି ।