Videos
|
National

ଦିଲ୍ଲୀ AIIMSରୁ ଆଜି ଓଡ଼ିଶା ଆଣାଯିବ ବଳଙ୍ଗା ପୀଡ଼ିତାର ମୃତଦେହ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦିଲ୍ଲୀ AIIMSରୁ ଆଜି ଓଡ଼ିଶା ଆଣାଯିବ ବଳଙ୍ଗା ପୀଡ଼ିତାର ମୃତଦେହ

Key Points

ଦିଲ୍ଲୀ AIIMSରୁ ଆଜି ଓଡ଼ିଶା ଆଣାଯିବ ବଳଙ୍ଗା ପୀଡ଼ିତାର ମୃତଦେହ
ବାୟାବର ଗାଁରେ ଶୋକାକୁଳ ପରିବେଶ, ଶେଷ କୃତ୍ୟ ପାଇଁ ଚାଲିଛି ପ୍ରସ୍ତୁତି
ପୀଡ଼ିତାଙ୍କ ଘରେ ଝୁଲୁଛି ତାଲା, ଜଗି ରହିଛନ୍ତି ପୋଲିସ ଟିମ୍
କାନ୍ଦି କାନ୍ଦି କହିଲେ ବାପା, ଭାଗ୍ୟରେ ନ ଥିଲା ଝିଅ 

ବଳଙ୍ଗାରୁ ଭୁବନେଶ୍ବର, ଭୁବନେଶ୍ବରରୁ ଦିଲ୍ଲୀ । AIIMS ହସ୍ପିଟାଲରେ 14 ଦିନର ସଂଘର୍ଷ । ସରକାରଙ୍କ ଉଦ୍ୟମ, ଡାକ୍ତରଙ୍କ ପ୍ରଚେଷ୍ଟା । ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ AIIMSରୁ ଆଜି ରାତିରେ ଅଣାଯିବ ନାବାଳିକାଙ୍କ ମୃତଦେହ । ରାତି ୯ଟା ବିମାନରୁ ଛାଡ଼ିବ ବିମାନ । ଏପଟେ ଗାଁକୁ ଆସିବ ଝିଅର ମରଶରୀର । ଖାଁ ଖାଁ ଲାଗୁଛି ବଳଙ୍ଗାର ବାୟାବର । ଖୋଳାସରିଛି କବର। । ପୀଡ଼ିତାର ଘର ଦ୍ବାରରେ ଝୁଲୁଛି ତାଲା । ମୁହଁରେ ଜଗି ବସିଛନ୍ତି ପୋଲିସ୍ । ଝିଅର ମୃତ୍ୟୁ ଖବରରେ ଗ୍ରାମବାସୀ ସମସ୍ତେ ଅବାକ୍। କ୍ୟାମେରା ସାମ୍ନାରେ କିଛି କହିବାକୁ କାହାରି ପାଖରେ କିଛି ଶବ୍ଦ ନାହିଁ। ସେପଟେ ଦିଲ୍ଲୀରେ ଥିବା ପରିଜନ ବି ଅଥୟ। କାନ୍ଦି କାନ୍ଦି ସମସ୍ତଙ୍କୁ ନିବେଦନ କରିଛନ୍ତି ବାପା। ସରକାର ସମସ୍ତ ସାହାଯ୍ୟ କରିଛନ୍ତି। କାହାକୁ ଦୋଷ ଦେଉନାହିଁ। ଭାଗ୍ୟରେ ଝିଅ ନ ଥିଲା। ଦୟାକରି ରାଜନୀତି ନ କରନ୍ତୁ।

ଗୋଟିଏ ପଟେ ପୀଡ଼ିତାଙ୍କ ମୃତ୍ୟୁକୁ ଥିଲା ରହସ୍ୟ ଅନ୍ୟପଟେ ଗତକାଲି ସ୍ପଷ୍ଟ କରିଥିଲେ ତାଙ୍କ ବାପା। ମାନସିକ ଚିନ୍ତା ଯୋଗୁଁ ଝିଅ ତାର ଜୀବନ ନେଇଛି। ପୁଣି ଓଡ଼ିଶା ପୋଲିସ ବି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦେଇଥିଲା ସୂଚନା। ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଆଜି ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ କହିଛନ୍ତି ସରକାର ସବୁ ପଦକ୍ଷେପ ନେଇଥିଲେ । କିନ୍ତୁ ଝିଅର ଜୀବନ ବଞ୍ଚି ପାରିଲା ନାହିଁ ।

ଜୁଲାଇ ୧୯ ତାରିଖ, ଶନିବାର,ସକାଳ ପ୍ରାୟ ସାଢ଼େ 8ଟା ସମୟରେ ବଳଗାଁ ବାୟାବର ଗାଁର ନାବାଳିକା ନିଜ ସାଙ୍ଗକୁ ଭେଟିବାକୁ ଯାଉଥିଲେ । ଏତିକି ବେଳେ ଘଟିଥିଲା ଅଘଟଣ। ପ୍ରାୟ 70 ଭାଗ ପୋଡ଼ିଯାଇଥିବା ନାବାଳିକାକୁ ପ୍ରଥମେ ବଳଙ୍ଗା ସ୍ବାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ବର ଏମ୍ସକୁ କରାଯାଇଥିଲା ସ୍ଥାନାନ୍ତର। ପୁଣି ଉନ୍ନତ ଚିକିତ୍ସା ପାଇଁ 20 ତାରିଖରେ ଦିଲ୍ଲୀ ଏମ୍ସକୁ କରାଯାଇଥିଲା ଏୟାରଲିଫ୍ଟ। ସେଠାରେ ୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀଦଳ କରୁଥିଲେ ନାବାଳିକାର ଚିକିତ୍ସା। ଚିକିତ୍ସା ସହ ସମସ୍ତ ଖର୍ଚ୍ଚ ବହନ କଲେ ରାଜ୍ୟ ସରକାର। ଏପଟେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ମାଧ୍ୟମରେ ତଦନ୍ତ କଲା ପୋଲିସ। କ୍ରାଇମବ୍ରାଞ୍ଚ, ସ୍ପେଶାଲ ବ୍ରାଞ୍ଚର ଟିମ୍ ବି ତଦନ୍ତରେ ସାମିଲ ହେଲେ। ସମ୍ପର୍କୀୟ ଓ ପରିଜନଙ୍କ ସହ ୪ ଥର ପୀଡ଼ିତାଙ୍କର ବି ବୟାନ ରେକର୍ଡ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
body-of-balanga-patient-to-be-brought-to-odisha-from-delhi-aiims-today | Argus News