Love Tragedy / ପ୍ରେମିକାର ନିର୍ବନ୍ଧ କଥା ଶୁଣି ଆରପାରିକୁ ଚାଲିଗଲେ ବଡି ବିଲଡର ପ୍ରେମିକ

Key Points
ପ୍ରେମିକାର ନିର୍ବନ୍ଧ କଥା ଶୁଣି ଆରପାରିକୁ ଚାଲିଗଲେ ବଡି ବିଲଡର ପ୍ରେମିକ ।
ପ୍ରମ ସପ୍ତାହରେ ବଡି ବିଲଡର ପ୍ରମିକଙ୍କୁ ମିଳିଲା ବଡ଼ ଧୋକା । ପ୍ରେମିକାର ନିର୍ବନ୍ଧ ଦେଖିକି ଆସିଲା ପରେ ଏମିତି କରିଦେଲେ । ଏପଟେ କହିଲା ମୁଁ ତୁମକୁ ବହୁତ ଭଲ ପାଉଛି । ତୁମ ବିନା ମୁଁ ରହି ପାରିବି ନାହିଁ । କିନ୍ତୁ ସେପଟେ ଛଳନାର ଛଦ୍ମବେଶ ଧାରଣ କରିଥିଲେ ପ୍ରେମିକା । ନିଜ ବଡି ବିଲଡର ପ୍ରେମିକକୁ ଧୋକା ଦେଇ ଅନ୍ୟ ଜଣକ ସହ ସଂସାର ଗଢ଼ିବାକୁ ନିଷ୍ପତ୍ତି ନେଇଗଲା ।
ପ୍ରେମ ସପ୍ତାହରେ ହେଲା ଅନ୍ୟ ପୁଅ ସହ ନିର୍ବନ୍ଧ । ଆଉ ଏସବୁ କୁ ସହି ପାରିଲା ନାହିଁ ପ୍ରେମିକ ଜଣକ । ଘରକୁ ଆସିଲା ପରେ ନେଇଗଲେ ଶେଷ ନିଷ୍ପତ୍ତି । ନିଜ ପ୍ରେମିକାକୁ ବହୁତ ଭଲ ପାଉଥିଲେ । ବାହା ହେବାକୁ ମଧ୍ୟ ଚାହୁଁଥିଲେ। କିନ୍ତୁ ପ୍ରେମିକା ଜଣକ ଧୋକା ଦେଲେ। ଯାହ ପରେ ଭାଙ୍ଗିପଡ଼ିଲେ ପ୍ରେମିକ ଜଣକ । ମୃତ ପ୍ରେମିକ ଜଣକ ହେଉଛନ୍ତି ବେଙ୍ଗାଲୁରୁ ମହାଲକ୍ଷ୍ମୀ ଲେଆଉଟ ଅଞ୍ଚଳର କିରଣ । ମୃତଦେହ ପାଖରୁ ତାଙ୍କର ଶେଷ ଚିଠି ମିଳିଛି ।
ପ୍ରେମରେ ଆଜି ହାରି ଯାଇଛନ୍ତି ବଡ଼ିବଲଡର କିରଣ । ଦେହ ସିନା ତାଙ୍କର ସୁସ୍ଥ ଥିଲା ହେଲେ ମନ ପୁରା ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । କାରଣ ସେ ଯାହାକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ ସେଇ ପ୍ରେମିକା ଜଣକ ତାଙ୍କୁ ଧୋକା ଦେଇଥିଲେ ।
ସୂଚନା ମୁତାବକ କିରଣ ହେଉଛନ୍ତି ଜିମ୍ ଟ୍ରେନର ସହ ଜାତୀୟ ସ୍ତରର ଜଣାଶୁଣା ବଡିବିଲଡର । ତେବେ ହଠାତ ସେ ଖବର ପାଇଥିଲେ ତାଙ୍କ ପ୍ରେମିକାଙ୍କର ଅନ୍ୟ ଗୋଟିଏ ପୁଅ ସହ ନିର୍ବନ୍ଧ ହେଉଛି । ଯାହା ପରେ ସେ ତାଙ୍କ ନିର୍ବନ୍ଧ ସ୍ଥାନକୁ ଯାଇଥିଲେ । ତାଙ୍କ ପ୍ରେମିକାକୁ ନିର୍ବନ୍ଧ ପୋଷାକରେ ଦେଖି ଆଣ୍ଠେଇ ପଡ଼ି କାନ୍ଦିଥିଲେ। ବହୁତ ଅନୁରୋଧ କରିଥିଲେ ହେଲେ ଶୁଣି ନଥିଲେ ତାଙ୍କ ପ୍ରେମିକା । ତାପରେ କିରଣ ତାଙ୍କ ପ୍ରମିକାକୁ କହିଥିଲେ ତୁ ବହୁତ ଖୁସିରେ ରହ । ଆଉ ଘରକୁ ଆସିଲେ କବାଟ ବନ୍ଦ କରି ନେଇଗଲେ ନିଜର ଜୀବନ ।
ଏଭଳି ଖବର ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳକୁ ଶବ୍ଦ କରି ଦେଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ମୃତ କିରଣଙ୍କର ଘର ଲୋକ ଝିଅକୁ ଦୋଷ ଦେଇଛନ୍ତି । ଝିଅ ପାଇଁ ତାଙ୍କ ପୁଅ ଏମିତି ଶେଷ ନିଷ୍ପତି ନେଇ ଗଲା ବୋଲି ଅଭିଯୋଗ କରିଛନ୍ତି । ଆଜି ପ୍ରେମ ପାଇଁ ଜଣେ ପ୍ରେମିକ ତାଙ୍କର ଜୀବନ ହାରି ଦେଇଛନ୍ତି ।
📱 Get Argus News App
✨Related Topics
Explore more stories