କେନାଲକୁ ଖସି ପଡ଼ିଲା ବୋଲେରୋ , ୧୧ ଜଣଙ୍କ ମୃତ୍ୟୁ

Key Points
୧୫ ଜଣ ଭକ୍ତଙ୍କୁ ନେଇ ଯାଉଥିବା ବୋଲେରୋ କେନାଲକୁ ଖସି ପଡ଼ି ପଡ଼ିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଖରଗୁପୁରର ପୃଥ୍ବୀନାଥ ମନ୍ଦିରରେ ଜଳ ଅର୍ପଣ କରିବାକୁ ଯାଉଥିବାବେଳେ ଗୋଣ୍ଡା ଜିଲ୍ଲାର ଇଟିଆଥୋକ୍ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।
ଅଧାରେ ରହିଲା ପ୍ରଭୁଙ୍କ ଦର୍ଶନ । ଉତ୍ତର ପ୍ରଦେଶର ଗୋଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି 11 ଜଣ ଶ୍ରଦ୍ଧାଳୁ । ୧୫ ଜଣ ଭକ୍ତଙ୍କୁ ନେଇ ଯାଉଥିବା ବୋଲେରୋ କେନାଲକୁ ଖସି ପଡ଼ି ପଡ଼ିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଖରଗୁପୁରର ପୃଥ୍ବୀନାଥ ମନ୍ଦିରରେ ଜଳ ଅର୍ପଣ କରିବାକୁ ଯାଉଥିବାବେଳେ ଗୋଣ୍ଡା ଜିଲ୍ଲାର ଇଟିଆଥୋକ୍ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।
ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସିଏମ ଯୋଗୀ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ୍ସ ପୋଷ୍ଟରେ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।