ସଲମାନ୍ ଖାନଙ୍କୁ ହତ୍ୟା ଧମକ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ବଲିଉଡ ଅଭିନେତା ସଲମାନ୍ ଖାନଙ୍କୁ ପୁଣି ହତ୍ୟା ଧମକ । ଯେଉଁଥିରେ ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରାଯିବା ସହ ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ମୁମ୍ବାଇର ୱର୍ଲିସ୍ଥିତ ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ ମାଧ୍ୟମରେ ଏହି ଧମକ ଦିଆଯାଇଛି । ୱର୍ଲି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ପୂର୍ବରୁ ମଧ୍ୟ ଅନେକ ଥର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି । ଏହାପରେ ତାଙ୍କର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଗତବର୍ଷ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଂପୃକ୍ତି ଥିବା ଅଭିଯୋଗ ରହିଛି । ୧୯୯୮ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପରେ ସେମାନେ ତାଙ୍କୁ ଟାର୍ଗେଟ କରି ଆସୁଛନ୍ତି ।
ଅଭିନେତାଙ୍କୁ ହତ୍ୟା ଧମକ ମିଳିବା ପରେ ପୋଲିସ ସତର୍କ ହୋଇଯାଇଛି। ଅଧିକାରୀମାନେ ବର୍ତ୍ତମାନ ଧମକର ଉତ୍ସ ଏବଂ ସତ୍ୟତା ଯାଞ୍ଚ କରୁଛନ୍ତି। ତଥାପି ଏହି ଧମକ ଲରେନ୍ସ ବିଷ୍ଣୋୟୀଙ୍କଠାରୁ ଆସିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆପଣଙ୍କୁ କହି ରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ ଯେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି, ଅଭିନେତା ପୂର୍ବରୁ ମଧ୍ୟ ଅନେକ ଥର ସମାନ ଧମକ ପାଇସାରିଛନ୍ତି। ପ୍ରକୃତରେ, ଗତ କିଛି ବର୍ଷ ମଧ୍ୟରେ, ବଲିଉଡ ଅଭିନେତାଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଅନେକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଧମକ ମିଳିଛି। ବିଷ୍ଣୋଇ ସମ୍ପ୍ରଦାୟ ପାଇଁ କୃଷ୍ଣସାର ମୃଗ ଧାର୍ମିକ ଗୁରୁତ୍ୱ ବହନ କରୁଥିବାରୁ, ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ସମ୍ପୃକ୍ତିକୁ ନେଇ ଏହି ଗ୍ୟାଙ୍ଗ ତାଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି।
ଗତ ବର୍ଷ ଏପ୍ରିଲରେ ଦୁଇଜଣ ବ୍ୟକ୍ତି ସକାଳେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ।
୨୦୨୪ରେ ସଲ୍ଲୁଙ୍କୁ ବିଷ୍ଣୋୟୀ ଗ୍ୟାଙ୍ଗ ପକ୍ଷରୁ ଏକ ନୂତନ ଧମକ ମିଳିଥିଲା, ଯେଉଁଥିରେ ସେ ମନ୍ଦିରକୁ ଯାଇ କଥିତ କୃଷ୍ଣସାର ମୃଗ ହତ୍ୟା ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଥିଲା। ଅକ୍ଟୋବର ୩୦ରେ ଅଭିନେତାଙ୍କୁ ପୁଣି ଜଣେ ଅଜଣା ବ୍ୟକ୍ତି ଧମକ ଦେଇଥିଲେ ଏବଂ ୨ କୋଟି ଟଙ୍କା ମୁକ୍ତ ଦାବି କରିଥିଲେ।
୨୦୨୪ରେ ଦୁଇ ଅଜଣା ବ୍ୟକ୍ତି ଜାଲ ପରିଚୟ ବ୍ୟବହାର କରି ଖାନଙ୍କ ପାନଭେଲ ଫାର୍ମହାଉସରେ ଜୋରଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ୨୦୨୩ରେ, ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କ ଦ୍ୱାରା ପଠାଯାଇଥିବା ଏକ ଧମକପୂର୍ଣ୍ଣ ଇମେଲ ମିଳିଥିଲା।
୨୦୨୨ରେ ଅଭିନେତା ତାଙ୍କ ଘର ପାଖରେ ଥିବା ଏକ ବେଞ୍ଚରୁ ଏକ ଧମକପୂର୍ଣ୍ଣ ଚିଠି ପାଇଥିଲେ। ଏପରି ଲଗାତର ହତ୍ୟା ଧମକ ଯୋଗୁ, ସଲମାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ‘Y+’ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି।
ଅଭିନେତାଙ୍କ ଘର ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି ଏବଂ ତାଙ୍କ ଘରର ବାଲକୋନିରେ ବୁଲେଟପ୍ରୁଫ୍ କାଚ ମଧ୍ୟ ଲଗାଯାଇଛି।
ଏହି ସମୟରେ ସଲମାନ ତାଙ୍କ ଫିଲ୍ମ ‘ସିକନ୍ଦର’ର ପ୍ରମୋଶନ ସମୟରେ ଏହି ହତ୍ୟା ଧମକ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି । ତାଙ୍କ ଫିଲ୍ମ ‘ସିକନ୍ଦର’ର ପ୍ରମୋଶନ ସମୟରେ ତାଙ୍କୁ ମିଳୁଥିବା ନିରନ୍ତର ହତ୍ୟା ଧମକ ଉପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ, ‘ଭଗବାନ, ଆଲ୍ଲା ସବୁକିଛି ଉପରେ। ମୋର ଯେଉଁ ଜୀବନକାଳ ଅଛି ତାହା ଲେଖାଯାଇଛି। ଏତିକି। କେତେବେଳେ ଏତେ ଲୋକଙ୍କୁ ସାଙ୍ଗରେ ନେବାକୁ ପଡ଼ିଥାଏ, ତାହା ହିଁ ସମସ୍ୟା।